ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦନା ଡିପ୍ ଫେକ୍ ମାମଲାରେ ମେଟା ତଦନ୍ତରେ ସହଯୋଗ କରୁନାହିଁ। ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ, ମେଟାକୁ ନୋଟିସ ଦେଇ ସୂଚନା ଖୋଜା ଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଏହା କୌଣସି ସୂଚନା ଦେଇନାହିଁ। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ସାଇବର ସେଲ ଟିମ୍ ଏହି ଘଟଣାର ତଦନ୍ତ କରୁଛି।
ରଶ୍ମିକା ମନ୍ଦନା ଡିପ୍ ଫେକ୍ ମାମଲାରେ ଦୀର୍ଘ ଦିନର ଅନୁସନ୍ଧାନ ପରେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ସୂଚନାନୁସାରେ, ଅଭିଯୁକ୍ତ ତାଙ୍କ ଆକାଉଣ୍ଟ ଡିଲିଟ କରିଛନ୍ତି। ଏହା ସହିତ, ଆକାଉଣ୍ଟ ସହ ଜଡିତ ତଥ୍ୟ ମଧ୍ୟ ଡିଲିଟ କରି ଦିଆଯାଇଛି। ଏହି ଆକାଉଣ୍ଟ ପାଇଁ ଅଭିଯୁକ୍ତ ନକଲି ପରିଚୟ ଏବଂ ଭିପିଏନ୍ ବ୍ୟବହାର କରିଥିଲା।ପୋଲିସ କିଛି ଲୋକଙ୍କୁ ପଚରାଉଚରା କରିଥିଲା, କିନ୍ତୁ ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ। ଏହି ଲୋକମାନେ ହିଁ ଭିଡିଓ ସେୟାର କରିଥିଲେ।
ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ଡିପ୍ ଫେକ୍ ଅନୁସନ୍ଧାନକୁ ଯେକୌଣସି ସିଦ୍ଧାନ୍ତରେ ପହଁଚିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ସହଯୋଗ ଏହି ଅନୁସନ୍ଧାନରେ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ସରକାରଙ୍କ ସହ କଥାବାର୍ତ୍ତା ବେଳେ ସମସ୍ତ ପ୍ରକାର ସହଯୋଗ ବିଷୟରେ କଥାବାର୍ତ୍ତା କରୁଛି, କିନ୍ତୁ ପୋଲିସ ତଦନ୍ତ ସମୟରେ ସହଜରେ ସହଯୋଗ କରୁ ନାହିଁ।