ସୋମବାରରୁ କମିବ ଶୀତ: ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ କୁହୁଡି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଆସନ୍ତା ସୋମବାରରୁ ଶୀତ କମିବା ନେଇ ପୂର୍ବାନୁମାନ..ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା...

ଭୁବନେଶ୍ୱର: ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ସୋମବାରରୁ ଶୀତ କମିବା ନେଇ ପୂର୍ବାନୁମାନ କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ କଳାହାଣ୍ଡିର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହୋଇପାରେ ।

ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସାମ୍ଭାବନା ଅଛି ।

ତେବେ ଆଗାମି ୨୪ ଘଣ୍ଟା ପାଇଁ ରାଜ୍ୟର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ତାପର ଦିନଠାରୁ ସର୍ବନିମ୍ନ ତାପମାତ୍ରାରେ ୨ରୁ୩ ଡିଗ୍ରୀ ସେଲସିୟସ ବଢିବାର ସମ୍ଭାବନା ରହିଛି ।

ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପରୋକ୍ତ ସୂଚନା ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଦିଆଯାଇଛି ।