ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସେପଟେ ଆଜି ଆଉ ଏକ ଲଘୁଚାପକୁ ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୋଟ ୧୯ଟି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ଓଡିଶାରେ ସକ୍ରିୟ ଅବପାତ ଏବେ ଛତିଶଗଡକୁ ମୁହାଁଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ଏହା ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଓଡିଶା ଉପକୂଳ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଗୁଡିକରେ ସକ୍ରିୟ ଅବପାତ ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡକୁ ମୁହାଁଇବ । ଏଥିସହ ନିଜର ତୀବ୍ରତା ବଜାୟ ରକିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତାକାଲି ଏହା ଛତିଶଗଡରେ ପହଞ୍ଚିବା ବେଳକୁ ଦୁର୍ବଳ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
ଓଡିଶା ଉପକୂଳ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଅବପାତ ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡକୁ ମୁହାଁଇବ ସହ ନିଜର ତୀବ୍ରତା ବଜାୟ ରଖିବ, ଆସନ୍ତା କାଲି ଛତିଶଗଡ ପହଞ୍ଚିବା ବେଳକୁ ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ |
Link: https://t.co/XlGo0EKNz7
— Meteorological Centre, Bhubaneswar (@mcbbsr) August 9, 2022
ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିମଧ୍ୟରେ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୦ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪.୩ ମିମି ବର୍ଷା ଯାହା ସ୍ୱାଭାବିକ ବର୍ଷା ୧୦ମିମି ତୁଳନାରେ ୨୪୩% ଅଧିକ ତଥା ଗଞ୍ଜାମ ଜିଲ୍ଲାରେ ୫ ସ୍ଥାନରେ ଅତି ପ୍ରବଳ ତଥା ୭ ସ୍ଥାନରେ ପ୍ରବଳ ବର୍ଷା ସହ ହାରାହାରି ୯୦.୫ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୭ମିମି ତୁଳନାରେ ୧୧୯୩% ଅଧିକ ରହିଛି pic.twitter.com/RMjCuAhUN9
— Meteorological Centre, Bhubaneswar (@mcbbsr) August 9, 2022