fbpx

ମହାନଦୀରୁ ଉଦ୍ଧାର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଯୋବ୍ରା ନିକଟରେ ଗାଧୋଇବାବେଳେ ବୁଡ଼ିଯାଇଥିଲେ ୩ ଜଣ

Advertisement

କଟକ: ଯୋବ୍ରା ବ୍ୟାରେଜ ଠାରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ତିନିଜଣକ ମଧ୍ୟରୁ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏବେବି ଅନ୍ୟ ଦୁଇଜଣକୁ ଖୋଜୁଛି ଓଡ୍ରାଫ୍ ଟିମ୍ ।

ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ତିନି ଜଣ ଯୁବକ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇଥିବାବେଳେ ଘଟିଥିଲା ଦୁର୍ଘଟଣା । ୩ ଜଣ ନାବାଳକ ଭାସିଯାଇଥିଲେ ପାଣିରେ । ତେବେ ସ୍ଥାନୀୟ ଲୋକେ ଜଣକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ତିନିଜଣ ନାବାଳକ । ସେମାନଙ୍କ ପରିଚୟ ମିଳିଛି ସେମାନେ ହେଲେ ରାଜ୍, ସାହିଲ୍, ସାଦିକ୍ । ସେମାନଙ୍କ ଘର କଟକ ଚାରିଘରିଆ । ତେବେ ମୃତ୍ୟୁ ହୋଇଥିବା ନାବାଳକଙ୍କ ହେଉଛନ୍ତି ସାହିଲ୍ ।

Get real time updates directly on you device, subscribe now.