fbpx

ବାହାଘରର ଦୁଇ ବର୍ଷ ପରେ ସ୍ୱାମୀଙ୍କ ଠାରୁ ଅଲଗା ହେଲେ ମିଆ ଖଲିଫା, ସୋସିଆଲ୍ ମିଡିଆରେ ଲେଖିଲେ ଏପରି

ନୂଆଦିଲ୍ଲୀ: ପୁର୍ବ ପର୍ଣ୍ଣ ଷ୍ଟାର ମିଆ ଖଲିଫା ପର୍ଣ୍ଣ ଫିଲ୍ମରେ କାମ କରିବା ପରେ ଚର୍ଚ୍ଚାକୁ ଆସିଥିଲେ । ସେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି । ନିଜ ଫଟୋ ଓ ଭିଡିଓ ଫ୍ୟାନ୍ସ ମାନଙ୍କ ସହ ଲଗାତର ଭାବରେ ସେୟାର୍ କରନ୍ତି । ତେବେ ସେ ନିକଟରେ ଏଭଳି ଏକ ପୋଷ୍ଟ କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ନିରାଶ କରିଛଇ । ବିବାହର ୨ ବର୍ଷ ପରେ ସେ ତାଙ୍କ ସ୍ୱାମୀ ରବର୍ଟ ସ୍ୟାଣ୍ଡବର୍ଗଙ୍କ ଠାରୁ ଅଲଗା ହୋଇଯାଇଛି । ଏ ସମ୍ପର୍କରେ ସେ ଏକ ସ୍ରୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

 

View this post on Instagram

 

A post shared by Mia K. (@miakhalifa)

ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ ବିଶ୍ୱାସର ସହିତ କହିବି ଯେ, ଆମେ ବିବାହକୁ ସଫଳ କରିବାକୁ ସବୁକିଛି କରିଛୁ । ଆମେ ସବୁ ବେଳେ ଦୁହେଁ ଦୁହିଁଙ୍କର ସମ୍ମାନ କରିବୁ କାରଣ ଆମେ ଜାଣିଛୁ ଯେ, ଏହା କୌଣସି ଅଲଗା ଘଟଣା ନୂହେଁ ବରଂ କେବଳ ମତଭେଦ କାରଣରୁ ବ୍ରେକଅପ୍ ହୋଇଛି । ଯେଉଁଥିପାଇଁ କୌଣସି ଦ୍ୱିତୀୟ ଲୋକ ଏଥିପାଇଁ ଦାୟୀ ହେବ ନାହିଁ ।

ତେବେ ମିଆ ଅଲଗା ହେବାପରେ ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି ଯେ, ତାଙ୍କୁ ସମସ୍ତେ ଶୁଭେଚ୍ଛା ଦିଅନ୍ତୁ । ଏନେଇ ଳସେ ନିଜର ଏକ ଟୁଇଟ୍ ରେ କହିଛନ୍ତି । ସେ ଲେଖିଛନ୍ତି ଯେ, କାହାର ଛାଡ଼ପତ୍ର ହେବା ପରେ ତାକୁ କ୍ଷମା ନୁହେଁ ଅଭିନନ୍ଦନ ଦେବା ଶିଖ । ତେବେ ଏହାକୁ ଅନେକ ଲୋକ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.