ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ, ମାଣ୍ଡିଆ ଲଡ଼ୁ ବାଣ୍ଟିଲେ ଗଣ ଶିକ୍ଷା ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରାଯାଇଛି ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରାଯାଇଛି । ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ଶୁଭାରମ୍ଭ କଲେ ଗଣ ଶିକ୍ଷା ମନ୍ତ୍ରୀ ।

ଉମରକୋଟରେ ଆୟୋଜିତ କାର୍ଯ୍ୟକ୍ରମରେ ପିଲାଙ୍କୁ ଲଡ଼ୁ ବାଣ୍ଟିଲେ । ମାଣ୍ଡିଆ ଲଡୁ ଖାଇଲେ ଛାତ୍ରଛାତ୍ରୀ । ପ୍ରତି ସପ୍ତାହରେ 3 ଦିନ ଲଡୁ ଖାଇବେ ଛାତ୍ରଛାତ୍ରୀ । ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ଲଡୁ ପ୍ରଦାନ କରାଯିବ ।

ଅନ୍ୟପଟେ ନବମ ଓ ଦଶମ ପିଲାଙ୍କ ମଧ୍ୟାହ୍ନ ଭୋଜନର ମଧ୍ୟ ଶୁଭାରମ୍ଭ କଲେ । ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ କହିଲେ ଗଣଶିକ୍ଷା ମନ୍ତ୍ରୀ । ଶିଶୁ ବାଟିକାରୁ ଦଶମ ପର୍ଯ୍ୟନ୍ତ ମାଣ୍ଡିଆ ଲଡୁ ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ସ୍କୁଲ ପିଲାଙ୍କ ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏନେଇ ଘୋଷଣା କରାଯାଇଥିବା ବେଳେ ଆଜିଠୁ କାର୍ଯ୍ୟକାରୀ କରିଛନ୍ତି ସରକାର ।  ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ ।