fbpx

(Video) ମିଡ୍-ଡେ ମିଲରୁ ମନ୍ତ୍ରୀ କଣ ଖୋଜୁଛନ୍ତି? ଆଳୁ ନା ପାଣି..

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ କୌତୁହଳ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମର ସରକାରୀ ସ୍କୁଲରୁ ଯାଇ ମିଡ୍ ଡେ ମିଲରୁ ଆଳୁ ଖୋଜୁଥିବା ଦେଖାଯାଇଛି । ତେବେ ମନ୍ତ୍ରୀଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ତେବେ ମନ୍ତ୍ରୀଙ୍କୁ ତରକାରୀରେ କେବଳ ପାଣି ନଜର ଆସିଥିଲା । ତେବେ ଭିଡିଓ ଭାରରାଲ ହେବା ପରେ ବିରୋଧୀ ସରକାରକୁ ଭଷ୍ଟ୍ରାଚାରର ଆରୋପ ଲଗାଇଛନ୍ତି ।

ଆଳୁ ତରକାରୀରେ ଆଳୁ ନିଖୋଜ- ବିରୋଧୀ ଦଳ ନେତା ଉମଙ୍ଗ ସିଂଘାର ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ସ୍କୁଲରେ ମଧ୍ୟାହ୍ନ ଭୋଜର ସ୍ଥିତି କିଭଳି ରହିଛି ? ମନ୍ତ୍ରୀଙ୍କର ଥାଳି ଏବଂ ତାଙ୍କ ଅଙ୍ଗଭଙ୍ଗୀକୁ ଦେଖିଲେ ତାହା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ମନ୍ତ୍ରୀଙ୍କ ପରିବାରେ ପାଣି ନା ପାଣିରେ ପରିବା- ବିଜେପି ସରକାରଙ୍କୁ ଆକ୍ଷେପ କରି ବିରୋଧୀ କହିଛନ୍ତି, ପରିବାରେ ପାଣି ନା ପାଣିରେ ପରିବା ସେନେଇ ପରୀକ୍ଷା କରୁଛନ୍ତି ମନ୍ତ୍ରୀ । ଏହି ସମୟରେ ଜଣେ ବ୍ୟକ୍ତି ଭାଜପା ସରକାରଙ୍କ ଭ୍ରଷ୍ଟାଚାର, ତରକାରୀରୁ କିଛି ବାହାର କରି ଲୁଚାଉଥିବା ଦେଖାଯାଇଛି । ଭୋଜନରେ କେତେ ଗୁଣାବତ୍ତା ରହିଛି ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ତେବେ ଏହା କେବଳ ଗୋଟିଏ ସ୍କୁଲର ସ୍ଥିତି ନୁହେଁ, ବରଂ ଅନେକ ସ୍କୁଲରେ ଏହି ସ୍ଥିତି ରହିଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.