BREAKING: ମନ୍ତ୍ରୀ ବୁଲିଲେ ହେବନି କାର୍ଯ୍ୟାନୁଷ୍ଠାନ ଜରୁରୀ: ତାରା ପ୍ରସାଦ ବାହିନୀପତି
ଗତ ସରକାରରେ କୋଇଲା ଚୋରି ହୋଇଛି। ମନ୍ତ୍ରୀ ଖାଲି ଯାଇ ବୁଲିଲେ ହେବନି ଏହି ଦୁର୍ନୀତି ପାଇଁ କାର୍ଯ୍ୟାନୁଷ୍ଠାନ ଜରୁରୀ।
ଭୁବନେଶ୍ୱର: ସୁନ୍ଦରଗଡ଼ରେ କୋଇଲା ଦୁର୍ନୀତିକୁ ନେଇ ଦୁଇ ମନ୍ତ୍ରୀ ସମୀକ୍ଷା କରୁଥିବା ବେଳେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି।
କହିଛନ୍ତି ଗତ ସରକାରରେ କୋଇଲା ଚୋରି ହୋଇଛି। ମନ୍ତ୍ରୀ ଖାଲି ଯାଇ ବୁଲିଲେ ହେବନି ଏହି ଦୁର୍ନୀତି ପାଇଁ କାର୍ଯ୍ୟାନୁଷ୍ଠାନ ଜରୁରୀ।
ଯେଉଁମାନେ ଏହି ଘଟଣାରେ ଗିରଫ ହୋଇଛନ୍ତି ସେମାନେ ଗରିବ। ୨୨ ତାରିଖରେ କଂଗ୍ରେସ କମିଟି ଗସ୍ତ କରିବ କୋଇଲା ଦୁର୍ନୀତିର ସମୀକ୍ଷା କରିବ।
କୋଇଲା ଚୋରି ନେଇ ବିଜେପି-ବିଜେଡି ଦାୟୀ କହିଛନ୍ତି ତାରା। ଖଣି ଚୋରି ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ତାରା ପ୍ରସାଦ ବାହିନୀପତି।