fbpx

ଡ୍ରେନ ଟ୍ରାଜେଡି: ‘୩ ଦିନ ଭିତରେ ବାକିଥିବା ସବୁ ଡ୍ରେନ କଭର୍ ହେବ’, ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

Advertisement

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରରେ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ୟୁନିଟ୍‌-୩ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିଲା । ବର୍ଷା ପାଣିର ସ୍ରୋତରେ ଭାସିଯାଇଥିଲା ଏକ ନାବାଳକ । ଅନେକ ପରିଶ୍ରମ ପରେ ତାକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ସେଠାରେ ପିଲାଟିର ମୃତ୍ୟୁ ଘଟିଥିଲା । ତେବେ ଏହାପରେ ଆଜି ୟୁନିଟ-୩ ମସଜିଦ୍ କଲୋନୀରେ ନଗର ଉନ୍ନୟନ ମନ୍ତ୍ରୀ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପହଞ୍ଚି ସମୀକ୍ଷା କରିଛନ୍ତି ।

ଘଟଣାସ୍ଥଳରେ ସମୀକ୍ଷା ପରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସାମ୍ନାକୁ ଆସିଛି । ‘ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ମଧୟରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଆଉ କେତୋଟି ମୁକୁଳା ଡ୍ରେନ ଅଛି, ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ୩ ଦିନ ଭିତରେ ବାକିଥିବା ସବୁ ଡ୍ରେନକୁ କଭର କରାଯିବ ।’ ୩ ଦିନ ଭିତରେ ବାକିଥିବା ସବୁ ଡ୍ରେନ କଭର୍ ହେବ ।

ସୂଚନା ଅନୁସାରେ, ପାଣିରେ ଏକ ବେଲୁନ ଭାସୁଥିବାର ଦେଖି ଏହାକୁ ଧରିବା ପାଇଁ ଚେଷ୍ଟା କରୁଥିଲା ଏହି ନାବାଳକ । କିନ୍ତୁ ବେଲୁନ ଧରିବା ସମୟରେ ପାଦ ଖସିଯିବାରୁ ମୁକଳା ଡ୍ରେନରୋ ସେ ଖସି ପଡ଼ିଥିଲା । ଏହାପରେ ବର୍ଷାପାଣିର ପ୍ରଖର ସ୍ରୋତରେ ଭାସିଯାଇଛି ୮ ବର୍ଷର ନାବାଳକ । ପିଲାଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିଲା । ଏହାସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସଆରସି । ଅନେକ ପରିଶ୍ରମ ପରେ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଏହି ନାବାଳକକୁ ଉଦ୍ଧାର କରାଯାଇଥିଲା। ପରେ ହସ୍ପିଟାଲରେ ପିଲାଟିର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.