ୟେ କି ଚମତ୍କାର ! 12 ମହଲାରୁ ଖସି ବି ମହିଳା ଜୀବିତ
ଦକ୍ଷିଣ-ପୂର୍ବ ଚୀନର ଜିୟାଙ୍ଗସି ଅଞ୍ଚଳରେ ଜଣେ 44 ବର୍ଷୀୟ ମହିଳା 12 ମହଲାରୁ ପଡ଼ିବା ପରେ ବି ଜୀବିତ ଅଛନ୍ତି । ଯାହା ଏକ ଚମତ୍କାର ଘଟଣାରୁ କମ ନୁହେଁ ।
ନୂଆଦିଲ୍ଲୀ : କଥାରେ ଅଛି, “ଯାହାକୁ ରଖିବ ଅନନ୍ତ, କି କରିପାରେ ବଳବନ୍ତ” । ଅର୍ଥାତ୍ ଭଗବାନ ଯାହାକୁ ରକ୍ଷା କରନ୍ତି, ତାର କେହି କିଛି ବି କରିପାରନ୍ତି ନାହିଁ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦକ୍ଷିଣ-ପୂର୍ବ ଚୀନର ଜିୟାଙ୍ଗସି ଅଞ୍ଚଳରେ । ଏଠାରେ ଜଣେ 44 ବର୍ଷୀୟ ମହିଳା 12 ମହଲାରୁ ପଡ଼ିବା ପରେ ବି ଜୀବିତ ଅଛନ୍ତି । ଏବଂ ତଳେ ପଡ଼ିବା ପରେ ସେ ତାଙ୍କର ସ୍ବାମୀଙ୍କୁ ସାହାଯ୍ୟ ପାଇଁ ଡାକିଛନ୍ତି । ଏବେ ଏହି ଘଟଣା ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ତେବେ ମହିଳା ଜଣଙ୍କ ହେଉଛନ୍ତି ଜିୟାଙ୍ଗସି ପ୍ରାନ୍ତର ଲେପିଂ ନିବାସୀ ଫ୍ୟାକ୍ଟ୍ରି କ୍ଲିନର ପେଙ୍ଗ ହୁଇଫ୍ୟାଙ୍ଗ ।
ମେ 13 ରେ ପେଙ୍ଗ ନିଜ ସ୍ୱାମୀଙ୍କୁ ଜଣେ କ୍ଲାଏଣ୍ଟଙ୍କ ବାଲକୋନିକୁ ସିଲ୍ କରିବାରେ ସାହାଯ୍ୟ କରୁଥିଲେ। ସେ ଭାବିଥିଲେ ଯେ ସେ ରୁମ୍ ଭିତରେ ସୁରକ୍ଷିତ ଅଛନ୍ତି ଏବଂ ବାଲକୋନୀଠାରୁ ଦୂରରେ ଅଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ସେ ସୁରକ୍ଷା ରଶି ପିନ୍ଧି ନଥିଲେ । ଏହା ହିଁ ଏକ ବଡ଼ କାରଣ, ଯେଉଁଥିରେ ତାଙ୍କର ବଞ୍ଚିବାର ଆଶା ହିଁ ନଥିଲା ।
ଦମ୍ପତି ଏକ ଓଜନିଆ ଝରକା , ଯାହାର ଓଜନ ଖୁବ୍ ଅଧିକ ଥିଲା, ତାକୁ ତଳୁ 12ମହଲା ଯାଏ କ୍ରେନ୍ ବ୍ୟବହାର କରି ନେଉ ଥିଲେ। ଯେମିତି ଝରକା ଉପକୁ ଆସିଲା , ତାହା ଏକ ଗଛର ଶାଖାରେ ଫସି ଗଲା। ଉପରୁ ଝରକାକୁ ଟାଣୁଥିବା ପେଙ୍ଗ ଝରକା ସହ ବିଲ୍ଡିଂ ତଳକୁ ଖସିବାକୁ ଲାଗିଲେ।
ଘଟଣାଟିକୁ ମନେ ପକାଇ ପେଙ୍ଗ କହିଛନ୍ତି ଯେ , “ମୁଁ କେବଳ ଏତିକି ଭାବୁଥିଲି, ମୁଁ ମରିଯିବି, ମୁଁ ଏହି ଦୁନିଆକୁ ସବୁଦିନ ପାଇଁ ଛାଡି ଯାଉଛି।” କିନ୍ତୁ ସେ ଚମତ୍କାରିତା ଭାବେ ବଞ୍ଚି ଯାଇଛନ୍ତି। କାରଣ ତଳେ ସେ ଯେଉଁଠି ଖସିବାର ଥିଲା, ସେଠାରେ ଏକ କେନୋପି (ଟେଣ୍ଟର )ବା ତମ୍ବୁର ଭଙ୍ଗା ଛାତ ଥିଲା। ସେ ତା ଉପରେ ଯାଇ ପଡ଼ିଲେ, ଯିଏକି ମାଟିରେ ପଡ଼ିବା ପୂର୍ବରୁ ତାଙ୍କର ଓଜନକୁ ସମ୍ଭାଳି ନେଇ ଥିଲା ।
ପେଙ୍ଗକୁ କୌଣସି ଯନ୍ତ୍ରଣା ଅନୁଭବ ହେଲା ନାହିଁ, କିନ୍ତୁ ସେ ମାଟିରେ ପଡ଼ିଯିବା ଯୋଗୁଁ ଚାଲିବାରେ ଅସମର୍ଥ ଥିଲେ। ହେଲେ , ସେ ନିଜର ସ୍ୱାମୀଙ୍କୁ ଜୋରରେ ପାଟି କରି ଡାକିବାରେ ସଫଳ ହୋଇ ଥିଲେ। ସେ କହିଥିଲେ –ମୁଁ ଏବେ ମରି ନାହିଁ, 120ରେ କଲ୍ କର।
ପେଙ୍ଗଙ୍କୁ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଡାହାଣ ଗୋଡ, ବାମ ଗୋଡ ଏବଂ ପିଠିର ନିମ୍ନ ଭାଗରେ ଫ୍ରାକ୍ଚର ହୋଇଥିଲା । ଯାହାର ଚିକିତ୍ସା ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ଶରୀରର ଉପର ଭାଗରେ ପ୍ରାୟତଃ କିଛି ଆଘାତ ଲାଗିନଥିଲା । ଡାକ୍ତରମାନେ କହିଛନ୍ତି ଯେ , ଛଅ ମାସ ମଧ୍ୟରେ ପୁଣି ସ୍ୱାଭାବିକ ଭାବରେ ଚାଲିପାରିବେ ପେଙ୍ଗ୍।