fbpx

ମେଡିକାଲ ସାଇନ୍ସର ବଡ଼ ସଫଳତା ! ମହିଳାଙ୍କ ଶରୀରରେ ଗର୍ଭାଶୟ ବିକଶିତ କରାଇଲେ ଡାକ୍ତର

ନୂଆଦିଲ୍ଲୀ: ଦିନକୁ ଦିନ ମେଡିକାଲ ସାଇନ୍ସ ଅଗ୍ରଗତି କରୁଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକେ ଉପକୃତ ହେଉଛନ୍ତି । ଅଧିକାଂଶ ଗମ୍ଭୀର ରୋଗର ଚିକିତ୍ସା ବି ସମ୍ଭବ ହୋଇପାରୁଛି । ନିକଟରେ ମେଡିକାଲ ଜଗତରେ ଏକ ଦୁର୍ଲଭ ସଫଳତା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଶରୀରରେ ଡାକ୍ତରମାନେ ବିକଶିତ କରିଛନ୍ତି । ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ ।

ଅଷ୍ଟ୍ରେଲିଆରେ ରହୁଥିବା ଜଣେ ୧୬ ବର୍ଷୀୟ ଯୁବତୀ ସ୍କୁଲ ପାଠପଢ଼ା ଶେଷ କରିଦେଇଥିଲେ । କିନ୍ତୁ ତାଙ୍କ ମାସିକ ଧର୍ମ ଆରମ୍ଭ ହୋଇନଥିଲା । ଏଥିପାଇଁ ସେ ବହୁତ ଚିନ୍ତିତ ରହୁଥିଲେ । ଶେଷରେ ଏହି ସମସ୍ୟା ନେଇ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ଅଲଟ୍ରା ସାଉଣ୍ଡ୍ କରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଶରୀରରେ ଗର୍ଭାଶୟ ନଥିଲା । ତାଙ୍କ ଯୋନୀ(Vaginal Canal) ଛୋଟ ହୋଇଯାଇଥିଲା । ଉକ୍ତ ଯୁବତୀ ଜଣଙ୍କ ଏକ ପ୍ରକାର ସିଣ୍ଡ୍ରୋମର ଶିକାର ହୋଇଥିଲେ ଯେଉଁଥିରେ ତାଙ୍କର ଗର୍ଭାଶୟ ଏବଂ ଯୋନୀ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇନଥାଏ । ଏହା ପରେ ୫ ବର୍ଷ ପର୍ଯ୍ୟନ୍ତ ଯୁବତୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧର କୋର୍ସ ଜାରି ରଖିଲେ । ସମୟକ୍ରମେ ଏହି ହର୍ମୋନାଲ ଔଷଧ ପରେ ଯୁବତୀଙ୍କ ଶରୀରରେ ଗର୍ଭାଶୟ ବିକଶିତ ହୋଇଥିଲା । ମେଡିକାଲ ଦୁନିଆରେ ଏହା ଏକ ଉପଲବ୍ଧୀ ଭାବେ ଦେଖାଯାଉଛି । ରିପୋର୍ଟରୁ ପ୍ରକାଶ ଉକ୍ତ ଯୁବତୀ ଏକ ସାକ୍ଷାତକାରରେ କହିଥିଲେ, ‘ଅନ୍ୟ ଝିଅଙ୍କ ଭଳି ମୋର କେବେ ପୀରିୟଡ୍ ହୋଇନଥିଲା । ମୁଁ ଏହା ବିଷୟରେ କେବେ କଥା ହୋଇନଥିଲି । କାରଣ ମୁଁ ନିଶ୍ଚିତ ନଥିଲି କି ଏହା ସ୍ୱାଭାବିକ ନା ମୋ ବିକାଶ ବିଳମ୍ବରେ ହେଉଛି ।’

Get real time updates directly on you device, subscribe now.