fbpx

ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଜଣଙ୍କ ପ୍ରାଣ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଷ୍ଟର କ୍ୟାଣ୍ଟିନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ । ତିନିଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପାଖାପାଖି ୧୪ ଜଣ ଯୁବକ । ନିଶା କାରବାରକୁ ନେଇ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଥିବାବେଳେ ପୋଲିସ୍ ତନାଘନା ଚଳାଇଛି । ତେବେ ଯାହାକୁ ପ୍ରଥମେ ଗୋଡ଼।।ଉଥିଲେ ତାଙ୍କ ନାଁ ରାଜା ବୋଲି ଜଣାପଡ଼ିଛି । ଆକ୍ରମଣକାରୀ ଯୁବକମାନେ ଫେରାର୍ ଅଛନ୍ତି । ମାଷ୍ଟରକ୍ୟାଣ୍ଟିନରେ ସେମାନଙ୍କ ଚପଲ୍ ଓ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ସାମ୍ନାରେ ଫାଣ୍ଡି ଆଉ ପଛରେ ରେଲୱେ ଷ୍ଟେସନ୍ ପୋଲିସ୍ ଥାଉ ଥାଉ ଦୁର୍ବୃତ୍ତ ଏଭଳି ଆତଙ୍କ ରଚିବା ପୋଲିସର ପାରିବାପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ନିଶା କାରବାରକୁ ନେଇ ଏଭଳି ଆକ୍ରମଣ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ତେବେ ଆକ୍ରମଣ ଫଳରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ହୋଇଥିବା ଯୁବକମାନେ ହେଲେ ରାକେଶ, ରାଜା, ସାଇଦ । ସେହିପରି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇଜଣଙ୍କୁ ପୋଲିସ୍ କ୍ୟାପିଟାଲ୍ ହସପିଟାଲ୍ରେ ଭର୍ତ୍ତି କରିଛି । ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ । ଏଭଳି ଗୋଷ୍ଠୀ ଆକ୍ରମଣରେ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ସାଧାରଣ ଜନତା ମଧ୍ୟ ଭୟରେ ଦୌଡ଼ିବାକୁ ଲାଗିଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତନାଘନା ଚଳାଇଛି ।

Get real time updates directly on you device, subscribe now.