Miss India 2023 : ତିନୋଟି ସୁନ୍ଦରୀଙ୍କ ମୁଣ୍ଡରେ ମୁକୁଟ, ପ୍ରଥମ ଓ ଦ୍ୱିତୀୟ ରନର୍ ଅପ୍ କିଏ

ମୁମ୍ବାଇ: ୨୦୨୩ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି ରାଜସ୍ଥାନର ନନ୍ଦିନୀ ଗୁପ୍ତା । ନନ୍ଦିନୀ ଫେମିନା ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ୍ ଜିତି ଦେଶର ୫୯ ତମ ମିସ୍ ଇଣ୍ଡିଆ ହୋଇଛନ୍ତି । ଶ୍ରେୟା ପୁଞ୍ଜା ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ଷ୍ଟ୍ରେଲା ଥୋନା ଓଜାମ ଲୁୱାଙ୍ଗଙ୍କୁ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି । ନନ୍ଦିନୀଙ୍କ ବିଜୟ ପରେ ପୂର୍ବତନ ମିସ୍ ଇଣ୍ଡିଆ ସିନି ଶେଟ୍ଟୀ ତାଙ୍କୁ ମୁକୁଟ ପିନ୍ଧିଥିଲେ।

ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୨୦୨୨ ର ବିଜେତା ହୋଇଥିଲେ । ଏଥର ମଣିପୁରରେ ‘ଫେମିନା ମିସ୍ ଇଣ୍ଡିଆ ୨୦୨୩’ ଆୟୋଜିତ ହୋଇଥିଲା ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ସୁନ୍ଦରୀମାନେ ଅଂଶଗ୍ରହଣ କରିଥିଲେ। ୩୦ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଏଥିରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ଜବରଦସ୍ତ ବିଜୟ ପରେ ନନ୍ଦିନୀ ବର୍ତ୍ତମାନ ମିସ୍ ୱାର୍ଲ୍ଡର ପରବର୍ତ୍ତୀ ସିଜନରେ ଦେଶର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।

ଗତ ବର୍ଷ ସିନି ଶେଟ୍ଟୀ ମିସ୍ ୱାର୍ଲ୍ଡରେ ଦେଶର ପ୍ରତିନିଧିତ୍ୱ କରିଥିଲେ କିନ୍ତୁ ମୁକୁଟ ହାସଲ କରିପାରିନଥିଲେ । ମିସ୍ ଇଣ୍ଡିଆ ୨୦୨୩ ନନ୍ଦିନୀ ଗୁପ୍ତା ରାଜସ୍ଥାନର କୋଟା ସହରର ବାସିନ୍ଦା । ମଡେଲିଂ ପ୍ରତି ତାଙ୍କର ବିଶେଷ ରୁଚୁ ଥିଲା । ମଡେଲିଂ ଓ ପାଠପଢା ଉଭୟକୁ ତାଙ୍କର ପ୍ରବଳ ଆଗ୍ରହ ରହିଛି । ସେ ସେଣ୍ଟ ପାଲ୍ ସିନିୟର ମାଧ୍ୟମିକ ବିଦ୍ୟାଳୟରୁ ତାଙ୍କର ପାଠପଢା ସମାପ୍ତ କରିବା ପରେ ବର୍ତ୍ତମାନ ଲାଲା ଲଜପତ ରାୟ କଲେଜରୁ ବିଜନେସ୍ ମ୍ୟାନେଜମେଣ୍ଟ ପଢୁଛନ୍ତି । ନନ୍ଦିନୀଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ ହୋଇଥିଲା , ସେତେବେଳରୁ ହିଁ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ପାଇବାକୁ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ।