fbpx

କ୍ଷେପଣାସ୍ତ୍ର SANTର ପରୀକ୍ଷଣ

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ଓଡ଼ିଶା ସମୁଦ୍ର ଉପକୂଳରେ ହୋଇଛି କ୍ଷେପଣାସ୍ତ୍ର SANTର ପରୀକ୍ଷଣ। ଏକ ଯୁଦ୍ଧ ବିମାନରୁ ଉତ୍‌କ୍ଷେପଣ ପରେ ଲକ୍ଷ୍ୟଭେଦ କରିଛି SANT । ଏହା ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର । SANT- ଷ୍ଟାଣ୍ଡ ଅଫ୍‌ ଆଣ୍ଟି ଟ୍ୟାଙ୍କ ମିସାଇଲ । SANTର ଓଜନ ୪୩ କେଜି ରହିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିମି ମଧ୍ୟରେ ରହିଛି । SANTର ଲମ୍ବ ୧.୮୫ ମିଟର ରହିଥିବା ବେଳେ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ୮ କେଜି ।

Get real time updates directly on you device, subscribe now.