Breaking: ‘ଅସ୍ତ୍ର’ର ସଫଳ ପରୀକ୍ଷଣ, ରାଜନାଥ ଦେଲେ ଶୁଭେଚ୍ଛା

ଚାନ୍ଦିପୁର: ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ତେଜସ ଏୟାର କ୍ରାଫ୍ଟ ଦ୍ୱାରା ‘ଅସ୍ତ୍ର’ର ସଫଳ ପରୀକ୍ଷଣ ।

ଟାର୍ଗେଟକୁ ହିଟ୍ କରିଛି ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର । ଆକାଶ ମାର୍ଗରୁ ଲକ୍ଷ୍ୟ ଭେଦ କ୍ଷମତା ୧୦୦ କି.ମି. ଏହି ମିଶାଇଲ ପାଖରେ ରହିଛି ।

ଅସ୍ତ୍ରର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଏୟାର ଫୋର୍ସ, ଏଡିଏ ଏବଂ ହାଲକୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଡିଆରଡିଓ ଚେୟାରମ୍ୟାନ୍ ଡ.ଭି. କାମାତ ବୈଜ୍ଞାନିକ ଓ ଟେକନିସିଆନମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।