fbpx

ମିତାଲିଙ୍କ ବିଶ୍ୱକପ୍‌ ରେକର୍ଡ, ପ୍ରଥମ ମହିଳା ଭାବେ ହାସଲ କଲେ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ ନ୍ୟୁଜିଲାଣ୍ଡରେ ଚାଲିଥିବା ଚଳିତ ୫୦ ଓଭର ବିଶିଷ୍ଟ ମହିଳା ଦିନିକିଆ ବିଶ୍ୱକପରେ ପ୍ରତିଷ୍ଠା କରିଛନ୍ତି ଏକ ନିଆରା ରେକର୍ଡ । କ୍ରିକେଟ ଜଗତର ପ୍ରଥମ ମହିଳା କ୍ରିକେଟର ଭାବେ ୩୯ ବର୍ଷୀୟା ମିଥାଲି ଖେଳୁଛନ୍ତି ଷଷ୍ଠ ବିଶ୍ୱକପ । ପୂର୍ବରୁ ଅନ୍ୟ କୌଣସି ଦେଶର ମହିଳା କ୍ରିକେଟର ଏତେ ସଂଖ୍ୟକ ବିଶ୍ୱକପରେ ପଦାର୍ପଣ କରି ନାହାନ୍ତି । କେବଳ ପୁରୁଷ ଖେଳାଳି ଭାବେ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ପାକିସ୍ତାନର ପୂର୍ବତନ ଖେଳାଳି ଜାଭେଦ ମିଆଁଦାଦ ଛଅ ଲେଖାଏଁ ଦିନିକିଆ ବିଶ୍ୱକପ ଖେଳିଛନ୍ତି ।

Get real time updates directly on you device, subscribe now.