ଭୁବନେଶ୍ବର: ଏମକେସିଜିରେ ଆଉ ରବିବାର ବନ୍ଦ ହେବନି ଡାଏଲିସିସ୍ । ଏମକେସିଜି ଅଧିକ୍ଷକ ଡା. ଦୁର୍ଗାମାଧବ ଶତପଥୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ଏମକେସିଜି ହସ୍ପିଟାଲ।
ବିଭାଗୀୟ ମୁଖ୍ୟଙ୍କୁ କୈଫୟତ ତଲବ କଲେ ଅଧିକ୍ଷକ । ମରାମତି ଯୋଗୁ ଡାଏଲିସିସ ବନ୍ଦ ଥିବା କହିଲେ ବିଭାଗୀୟ ମୁଖ୍ୟ ।
ତେବେ ଦକ୍ଷିଣ ଓଡ଼ିଶାବାସୀ ଚିକତ୍ସା ପାଇଁ ନିର୍ଭରଶୀଳ ବ୍ରହ୍ମପୁର ମକେସିଜି ହସ୍ପିଟାଲ ଉପରେ । ଦୀର୍ଘ 50 ବର୍ଷ ଧରି ଏମକେସିଜି ହସ୍ପିଟାଲ ଗୁରୁତର ରୋଗୀଙ୍କ ପାଇଁ ବରଦାନ ସାଜିଛି । ହେଲେ କିଛିଦିନ ହେବ ଡାଏଲିସିସ୍ ଘଟଣାକୁ ନେଇ ବଦନାମ ହୋଇଛି ଏହି ହସ୍ପିଟାଲ ।
ସେଠାରେ ରବିବାର ଡାଏଲିସିସ୍ ହଉନଥିବା ଦେଖିବାକୁ ମିଳିଥିଲା । ଗୁରୁତର କିଡନୀ ରୋଗୀଙ୍କ ରକ୍ତରୁ ବର୍ଯ୍ୟ ନିଷ୍କାସନ ଲାଗି ହେଉଥିବା ଏହି ଚିକିତ୍ସା ପଦ୍ଧତି ରବିବାର ଛୁଟି ଦିନ ଲାଗି ବନ୍ଦ ରହୁଥବା ଦେଖିବାକୁ ମିଳିଥିଲା । ଫଳରେ ବହୁ ରୋଗୀ ଏନେଇ ହନ୍ତସନ୍ତ ହେଉଥିଲେ ।