fbpx

ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ମଣ୍ଡିରେ ଧାନ ଉଠାଇବାକୁ ନେଇ ଆଜି ଗୃହରେ ବିଜେପି ବିଧାୟକମାନେ ହୋ-ହଲ୍ଲା କରିଛନ୍ତି । ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଧାନସଭାରେ ବିଧାୟକ ଆତ୍ମହତ୍ୟା ଧମକ ଦେଇଛନ୍ତି ।

ଅନ୍ୟପଟେ ବିଧାନସଭାର ମଧ୍ୟ ଭାଗରେ ଧାରଣାରେ ବସିଛନ୍ତି ନରସିଂହ ମିଶ୍ର । ଧାନ ମଣ୍ଡି ପ୍ରସଙ୍ଗରେ ବିବୃତି ଦାବିରେ ନରସିଂହ ଧାରଣାରେ ବସିଥିବା ଜଣାପଡିଛି । ଫଳରେ ୧୦ ମିନିଟ ପାଇଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।

Get real time updates directly on you device, subscribe now.