fbpx

ମୋବାଇଲ ଗେମ୍ ନେଲା ୧୬ ବର୍ଷୀୟ ନାବାଳକର ଜୀବନ! ମା’ ଫୋନ୍ ନେଇଯିବାରୁ ଟ୍ରେନ୍ ଆଗରେ ଡେଇଁପଡ଼ିଲା

Advertisement

ମୁମ୍ବାଇ: ଅନଲାଇନ୍ ମୋବାଇଲ ଗେମ୍ କମ୍ ବୟସର ପିଲାଙ୍କୁ ଏପରି ନିଜର ଶିକାର କରିଛି ଯେ, ସେମାନେ ଏଥିପାଇଁ ଜୀବନ ଦେବାକୁ ବା ନେବାକୁ ମଧ୍ୟ ପଛାଉନାହାନ୍ତି । ନିକଟରେ ଉତ୍ତରପ୍ରଦେଶ ଲଖନଉରେ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଠାରେ ପବଜୀ ଖେଳିବାକୁ ମନା କରିବାରୁ ୧୬ ବର୍ଷର ପୁଅ ନିଜ ମାକୁ ଗୁଳି ମାରି ହତ୍ୟା କରିଥିଲା । ସେହିପରି ମୁମ୍ବାଇରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ନାବାଳକୁ ତାଙ୍କ ମା’ ମୋବାଇଲ ଗେମ୍ ଖେଳିବାକୁ ମନା କରିବାକୁ ସେ ଆତ୍ମହତ୍ୟା କରିଛି ।

ପୋଲିସ ଘଟଣାର ସୂଚନା ଦେଇ କହିଛି ଯେ, ନାବାଳକ ଜଣକ ନିଜ ମା’ ପାଇଁ ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଟ୍ରେନ୍ ଆଗରେ ଡେଇଁପଡିଛି । ଖବର ମୁତାବକ, ନାବାଳକର ମା’ ବୁଧବାର ସନ୍ଧ୍ୟାରେ ତାଙ୍କ ଫୋନ୍ ନେଇଯାଇଥିଲେ । ପଢ଼ିବାକୁ କୁହାଯାଇଥିବା ବେଳେ ନାବାଳକ ଜଣକ ପାଠ ନପଢ଼ି ମୋବାଇଲରେ ଗେମ୍ ଖେଳୁଥିଲା । ଫଳରେ ତାଙ୍କ ମା’ ମୋବାଇଲ ଛଡ଼ାଇ ନେଇଥିଲେ । ଏହା ପରେ ନାବାଳକ ଏକ ସୁଇସାଇଡ ନୋଟ୍ ଲେଖି ଘରୁ ବାହାରି ଆସିଥିଲା ।

‘ମୁଁ ମରିବାକୁ ଯାଉଛି, ଆଉ ଘରକୁ ଫେରିବିନି’ ବୋଲି ଚିଠିରେ ଲେଖିଥିଲା ନାବାଳକ । ଏସବୁ ପଢ଼ି ମା’ ଓ ତାଙ୍କ ପରିଜନ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାରି ମଧ୍ୟରେ ଟ୍ରେନ୍ ଆଗରେ ଡେଇଁପଡ଼ି ଜଣେ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଯାଞ୍ଚ ପରେ ଜଣାପଡିଲା କି ଉକ୍ତ ନାବାଳକ ଜଣକ ହିଁ ଘରେ ସୁଇସାଇଡ ନୋଟ୍ ଛାଡ଼ି ଆସିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Get real time updates directly on you device, subscribe now.