fbpx

ନାଗାଲାଣ୍ଡରେ ୬ ମାସ ପାଇଁ ବଢିଲା AFSPA ର ଅବଧି, ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ୬ ମାସର ନାଗାଲାଣ୍ଡର ୮ ଜିଲ୍ଲାର ପୋଲିସ ଷ୍ଟେସନକୁ ଅଶାନ୍ତ ଘୋଷଣା କରି AFSPAକୁ ବଢାଇବାର ନିଷ୍ପତ୍ତି ନେଇଛି । ସରକାର ବୁଧବାର ଦିନ ଅଧିସୂଚନା ଜାରି କରିଛନ୍ତି ଯେ, ରାଜ୍ୟରେ ଆଇନ-ବ୍ୟବସ୍ଥା ସ୍ଥିତିର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୋଟିଫିକେସନ ମୁତାବକ ନାଗାଲାଣ୍ଡର ଦୀମାପୁର, ନ୍ୟୁଲାଣ୍ଡ, ଚୁମୋକେଦିମା, ମୋନ, କିଫିରେ, ନୋକଲାକ, ଫେକ ଏବଂ ପେରେନ ଜିଲ୍ଲାରେ AFSPA ଲାଗୁ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏଥିସହ ଏହି ଜିଲ୍ଲାର ଭିତର ଅଞ୍ଚଳରେ ମଧ୍ୟ ଏହି ନିୟମ ଜାରି ରହିବ ।

ରିପୋର୍ଟ ଅନୁଯାୟୀ, କୋହିମା ଜିଲ୍ଲାର ଖୁଜାମା, କୋହିମା ଉତ୍ତର, କୋହିମା ଦକ୍ଷିଣ, ଜୁବା ଏବଂ କେଜୋଚା ପୋଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳ ତଥା ମାଙ୍ଗକୋଲେମ୍ବା, ମୋକୋକଚଙ୍ଗ -୧, ଲଙ୍ଗଥୋ, ଟୁଲି, ଲଙ୍ଗକେମ ଏବଂ ଆନାକି ‘ସି’ ପୋଲିସ୍ ଷ୍ଟେସନର ମୋକଚୁଙ୍ଗ ଜିଲ୍ଲା ଷ୍ଟେସନ, ଲଙ୍ଗଲେଙ୍ଗ ଜିଲ୍ଲାର ୟାଙ୍ଗଲୋକ ପୋଲିସ ଷ୍ଟେସନ, ଭୋକା ଜିଲ୍ଲାର ଭଣ୍ଡାରୀ, ଚମ୍ପାଙ୍ଗ ଏବଂ ରାଲାନ ପୋଲିସ ଷ୍ଟେସନ, ଘାଟାସି, ପୁଗବୋଟୋ, ସତ୍ୟଖା, ସୁରୁହୁଟୋ, ଜୁନହବୋଟୋ ଏବଂ ଜୁନହେବୋଟୋ ଜିଲ୍ଲାର ଅଗୁନାଟୋ ପୋଲିସ ଷ୍ଟେସନ ମଧ୍ୟ ଏହି ଅଞ୍ଚଳରେ ରହିଛନ୍ତି। AFSPA ର ଧାରା ୩ ଅନୁଯାୟୀ ଉପରୋକ୍ତ ଜିଲ୍ଲା ତଥା ପୋଲିସ୍ ଷ୍ଟେସନକୁ ‘ଅଶାନ୍ତ ଅଞ୍ଚଳ’ ଟ୍ୟାଗ୍ ବିସ୍ତାର କରିବା ଆବଶ୍ୟକ ହୋଇପଡିଥିଲା। କାରଣ ଶେଷ ବିଜ୍ଞପ୍ତି କେବଳ ମାର୍ଚ୍ଚ ୩୧, 2024 ପର୍ଯ୍ୟନ୍ତ ବୈଧ ଥିଲା।

Get real time updates directly on you device, subscribe now.