fbpx

କଂଗ୍ରେସରୁ ବହିଷ୍କାର ହେଲେ ମହମ୍ମଦ ଆକବର ଖାନ୍; ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ୬ବର୍ଷ ପାଇଁ ବହିଷ୍କୃତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଂଗ୍ରେସରୁ ବହିଷ୍କାର ହେଲେ ମହମ୍ମଦ ଆକବର ଖାନ୍ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି । ମିଡିଆରେ ବିବୃତି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ କରାଯାଇଛି । ପିସିସି ସମ୍ପାଦକ ତଥା ବଲାଙ୍ଗିରର ଯୁବନେତା ଆକବର ଖାନ୍ । ଆକବର ଖାନ ଛାତ୍ର ରାଜନୀତିକୁ ନେଇ ନିଜକୁ କଂଗ୍ରେସ ସହ ଯୋଡିଥିଲେ । ସେତାଙ୍କ କ୍ୟାରିୟର ମଧ୍ୟରେ, ପୋଲିସ ଗାଡ଼ି ଧକ୍କାରେ ଘଟିଥିବା ଛାତ୍ର ମୃତ୍ୟୁ ପ୍ରତିବାଦରେ ହୋଇଥିବା ବିରାଟ ଜନ ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ପରେ ପରେ ପାରା ମେଡିକାଲ କର୍ମୀଙ୍କ ବିଭିନ୍ନ ସମସ୍ୟା, ଯୁବକମାନଙ୍କ ବେକାରୀ ସମସ୍ୟା ନେଇ ଦୀର୍ଘ ଦିନ ଲଢିଥିଲେ । ଯୁବ କଂଗ୍ରେସ ଦଳ ପାଇଁ ଫୁଡ୍‌ ସିକ୍ୟୁରିଟି ବିଲ୍‌ ବିରୁଦ୍ଧରେ ସାଇକଲ ର‍୍ୟାଲିରେ ବିଭିନ୍ନ ଗାଁ ସବୁକୁ ଯାଇ ଲୋକଙ୍କୁ ସଚେତନ କରିଥିଲେ । ତା’ଛଡା ବଲାଙ୍ଗିର ଲୋକସଭା ଯୁବ କଂଗ୍ରେସ ସାଧାରଣ ସଂପାଦକ ଦାୟିତ୍ୱ ନେଇ କଂଟାବାଞ୍ଜି ଓ ଲୋଇସିଂହା ଅଂଚଳରେ ଦଳ ପାଇଁ ଅନେକ କାମ କରିଥିଲେ ।

Get real time updates directly on you device, subscribe now.