fbpx

ଶାସ୍ତ୍ରୀଙ୍କ ପରେ ଆଝାରୁଦ୍ଦୀନଙ୍କ କୋହଲିଙ୍କୁ ଖାସ୍ ପରାମର୍ଶ, କ୍ରିକେଟରୁ ବ୍ରେକ ନିଅନ୍ତୁ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଖରାଫ ଫର୍ମ ଜାରି ରହିଛି। ଆଶା କରାଯାଉଥିଲା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ରେ କୋହଲି ଚମତ୍କାର ପ୍ରଦର୍ଶନ କରି ଫର୍ମକୁ ଫେରିବେ। ତେବେ ଚଳିତ ଆଇପିଏଲରେ କୋହଲିଙ୍କୁ ପ୍ରତିଟି ରନ ପାଇଁ ସଂଘର୍ଷ କରିବାକୁ ପଡୁଛି। ଏହି ସିଜିନରେ ସେ କ୍ରମାଗତ ଦ୍ଵିତୀୟ ଥର ଖାତା ମଧ୍ୟ ଖୋଲି ପାରି ନାହାନ୍ତି ଏବଂ ପ୍ରଥମ ବଲରେ ହିଁ ଆଉଟ୍ ହୋଇଛନ୍ତି। ଏହି ଦୟନୀୟ ପ୍ରଦର୍ଶନ ପରେ ଏବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦୀନ ନିଜ ରାୟ ରଖିବା ସହ କୋହଲିଙ୍କୁ ଖାସ୍ ପରାମର୍ଶ ଦେଇଛନ୍ତି।

ଆଝାରୁଦ୍ଦୀନଙ୍କ କହିବା କଥା ବିରାଟ କୋହଲି ଲଗାତାର ବହୁତ କ୍ରିକେଟ୍ ଖେଳି ସାରିଲେଣି। ସେ କ୍ଳାନ୍ତ ହୋଇ ପଡିଲେଣି। ନିଜକୁ ମାନସିକ ଭାବେ ସୁସ୍ଥ ରଖିବା ପାଇଁ କୋହଲିଙ୍କୁ ୨-୩ ମ୍ୟାଚରୁ ବ୍ରେକ ନେବା ଉଚିତ୍। ଆଝାରୁଦ୍ଦୀନଙ୍କ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ବିରାଟ କୋହଲିଙ୍କୁ କ୍ରିକେଟରୁ କିଛି ସମୟ ବିରତି ନେବାକୁ ପରାମର୍ଶ ଦେଇ ସାରିଛନ୍ତି।

ଆଝାରୁଦ୍ଦୀନ କହିଛନ୍ତି, ମୋତେ ଲାଗୁଛି କୋହଲି ବହୁତ କ୍ରିକେଟ୍ ଖେଲି ସାରିଲେଣି। ଅନେକ କ୍ରିକେଟର ପୂର୍ବରୁ ବିରତି ନେଇ ନିଜକୁ ମାସନିକ ଭାବେ ଫିଟ୍ ରଖିଛନ୍ତି। ମାତ୍ର ଯଦି ଆପଣ ଲଗାତାର ଆଇପିଏଲ ଖେଳିବେ ତେବେ ଏହାର ପ୍ରଭାବ ତ ପଡିବ। ମୋତେ ଲାଗୁଛି କୋହଲିଙ୍କ ଫୁଟ ଓ୍ଵର୍କ ବହୁତ ଧିମା ହୋଇ ଯାଇଛି। ଜଣେ ଖେଳାଳି କିମ୍ବା ଜଣେ ମଣିଷ ଭାବେ ଯେବେ ମୁଁ ତାଙ୍କ ଖେଳ ଦେଖୁଛି ମୋତେ ଲାଗୁଛି ଯେ, କୋହଲିଙ୍କୁ ୨-୩ ମ୍ୟାଚରୁ ବ୍ରେକ୍ ନେବା ଉଚିତ୍ ଏବଂ ନିଜକୁ ମାନସିକ ଭାବେ ସୁସ୍ଥ ରଖିବା ଉଚିତ୍।

ବିରାଟ କୋହଲି ଏହି ସିଜିନରେ ଏ ଯାଏଁ ୮ଟି ମ୍ୟାଚ୍ ଖେଳି ୧୭ ହାରରେ ୧୧୯ ରନ କରିଛନ୍ତି। ଏହି ସମୟରେ ସେ ପାଞ୍ଚ ଥର ପ୍ରଥମ ୧୦ଟି ବଲରେ ଆଉଟ୍ ହୋଇଛନ୍ତି। କୋହଲିଙ୍କ ଏହି ପରି ନିରାଶଜନକ ପ୍ରଦର୍ଶନ ଦେଖି ପ୍ରଶଂସକ ମଧ୍ୟ ଦୁଃଖି। ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି, କୌଣସି ଖେଳାଳିଙ୍କ ବ୍ୟାଟରୁ ରନ ନ ବାହାରିଲେ ପୁଣି ନିଜ ଉପରେ ଚାପ ପଡିଥାଏ। ବିରାଟ କୋହଲିଙ୍କ କ୍ଷମତା ଉପରେ ସନ୍ଦେହ ନାହିଁ, ମାତ୍ର ପ୍ରତ୍ୟେକ ଖେଳାଳିଙ୍କୁ ନିଜ କ୍ୟାରିୟର ସମୟରେ ବିରତି ନେବା ଉଚିତ୍ ବୋଲି ଆଝାରୁଦ୍ଦୀନ କହିଛନ୍ତି।

 

Get real time updates directly on you device, subscribe now.