ମହୁମାଛି ଆକ୍ରମଣ, ୨୦ ଆହତ

ଗଜପତି ମୋହନା ଅଞ୍ଚଳରେ ଥିବା ଚନ୍ଦ୍ରଗିରି ଶିବ ମନ୍ଦିରରେ ଘଟିଛି ମହୁମାଛି ଆକ୍ରମଣ। ୨୦ ଆହତ।

ଗଜପତି: ମନ୍ଦିରରେ କଲବଲ କଲା ମହୁମାଛି। ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ। ତୁରନ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା।

ଗଜପତି ମୋହନା ଅଞ୍ଚଳରେ ଥିବା ଚନ୍ଦ୍ରଗିରି ଶିବ ମନ୍ଦିରରେ ଘଟିଛି ମହୁମାଛି ଆକ୍ରମଣ। ପଣା ସଂକ୍ରାନ୍ତି ପାଇଁ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ଏହି ସମୟରେ ସଂଘବଦ୍ଧ ମହୁମାଛି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ।

ମହୁମାଛି ଆକ୍ରମଣରେ ୨୦ ଜଣ ଆହତ ହୋଇଛି। ସମସ୍ତ ଆହାତଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।