fbpx

ସଞ୍ଜୟଙ୍କୁ ମିଳିଲା ନାହିଁ ଆଶ୍ବସ୍ତି ଆହୁରି ବଢ଼ିଲା ହାଜତ ମିଆଦ ଅବଧି

 ମୁମ୍ବାଇ :ମନିଲଣ୍ଡରିଙ୍ଗ ମାମଲାରେ ଗିରଫ ହୋଇଥିବା ଶିବ ସେନାର ସାଂସଦଙ୍କୁ ବିଚାର ବିଭାଗୀୟ ହାଜତ ମିଆଦ ଅବଧି କୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି।
ଅଗଷ୍ଟ ମାସ ଆରମ୍ଭରେ ଇଡି ସଞ୍ଜୟଙ୍କୁ ଗିରଫ କରିଥିଲା ।

ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟର ହାଜତରେ ରହିବା ପରେ ଅଗଷ୍ଟ ୮ ତାରିଖରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।ଆଜି ତାଙ୍କର ବିଚାର ବିଭାଗୀୟ ହାଜତ ରହଣି ଆଜି ଶେଷ ହେଉଥିଲା। ତେଣୁ, ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌’ (ପିଏମ୍‌ଏଲ୍‌ଏ) ସହ ସମ୍ପୃକ୍ତ ଥିବା ଏହି ମାମଲାର ଶୁଣାଣି କରି ସ୍ବତନ୍ତ୍ର ଅଦାଲତର ବିଚାରପତି ଏମ୍‌. ଜି. ଦେଶପାଣ୍ଡେ ରାଉତଙ୍କ ବିଚାର ବିଭାଗୀୟ ରହଣି ସମୟ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।ତଦନ୍ତ ବର୍ତ୍ତମାନ ସୁଦ୍ଧା ଚାଲିଛି । ଏହା ଉପରେ କୌଣସି ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସିନାହିଁ ।ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ ଏହି ସୂଚନା ଦେଇଥିଲା ଯାହା ଫଳ ରେ ଅଦାଲତ ବିଚାର ବିଭାଗୀୟ ରହଣି ସମୟ କୁ ବୃଦ୍ଧି କରିଛନ୍ତି ।
ସୂଚାନମୂତାବକ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅର୍ଥର୍‌ ରୋଡ୍‌ ଜେଲ୍‌ରେ ଅବସ୍ଥାପନ କରାଯାଇଛି। ସେଠାରେ ତାଙ୍କୁ ତାଙ୍କ ଘରେ ରନ୍ଧାଯାଇଥିବା ଖାଦ୍ୟ ଖାଇବାକୁ ଅନୁମତି ମିଳିଛି।
ରାଉତଙ୍କୁ ଗିରଫ କରାଯିବା ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଉକ୍ତ ମାମଲା ବିଷୟରେ ପଚରାଉଚରା କରାଯାଇଥିଲା।

 

Get real time updates directly on you device, subscribe now.