(Video) ମାଙ୍କଡର ଆତ୍ମିୟତାକୁ ସାଲ୍ୟୁଟ… ମୃତଦେହ ପାଖକୁ ଆସି ପ୍ରଣାମ କଲା, ଅନ୍ତିିମ ସଂସ୍କାର ଯାଏଁ ପାଖରେ ବସିଲା

ନୂଆଦିଲ୍ଲୀ: ଜୀବନରେ ଏଭଳି ଅନେକ ଘଟଣା ଦେଖାଯାଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଲୋକମାନେ ଏଭଳି ଘଟଣାକୁ ଚମତ୍କାର ବୋଲି କୁହାଯାଇଥାଏ ।

ଏଭଳି ଏକ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଏହି ଘଟଣା ଦେଖିବା ପରେ ଲୋକେ ପୁର୍ନଜନ୍ମ କିମ୍ବା ଚମତ୍କାର ବୋଲି କହିଛନ୍ତି ।

ସୂଚନାଅନୁସାରେ, ଜଣେ ବୃଦ୍ଧାଙ୍କର ଦେହାନ୍ତ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ହଠାତ୍ ଏକ ମାଙ୍କଡ ଆସି ପହଞ୍ଚି ଯାଇଥିଲା । ଏହାପରେ ମାଙ୍କଡ ମୁହଁ ପାଖରେ ବସି ପ୍ରଣାମ କରୁଥିବା ଦେଖାଯାଇଛି ।

ସମସ୍ତେ ଭାବିଲେ ମାଙ୍କଡ ସେଠାରୁ ଚାଲିଯିବ । କିନ୍ତୁ ସେ ସେଠାରେ କିଛୁ ସମୟ ଧରି ବସି ରହିଥିଲା । ପୁରା ଅନ୍ତିମ ସଂସ୍କାର ହେବା ଯାଏଁ ବାନର ସେଠାରେ ବସି ରହିଥିଲା ।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକମାନେ ମଧ୍ୟ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହି ଘଟଣା ଜାନୁଆରୀ 29 ତାରିଖର ବୋଲି କୁହାଯାଉଛି ।