fbpx

ହାଇୱେରେ ଟଙ୍କା ବର୍ଷା; ଗାଡ଼ି ଅଟକାଇ ଗୋଟାଇବାରେ ଲାଗିଲେ ଲୋକ, ଦେଖନ୍ତୁ ଭିଡିଓ

ନ୍ୟୁୟର୍କ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଜାତୀୟ ରାଜପଥରେ ଏକ ଅଜବ ମାମଲା ଘଟିଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହାଇୱେରେ ଆକାଶରୁ ଟଙ୍କାର ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଲୋକମାନେ ଗାଡ଼ି ଅଟକାଇ ରାସ୍ତାରୁ ଟଙ୍କା ଗୋଟାଇବାରେ ଲାଗିଛନ୍ତି । ଅଧିକ ସଂଖ୍ୟାରେ ଲୋକେ ଡଲାର ପ୍ରାପ୍ତ କରିଛନ୍ତି ।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଏକ ଟ୍ରକରେ ରଖାଯାଇଥିବା ନୋଟ୍ ବ୍ୟାଗ୍ ଖୋଲିବା କାରଣରୁ ଏହା ଘଟିଥିଲା । ଟ୍ରକଟି ସାନ ଡିଏଗୋରୁ ଫେଡେରାଲ୍ ଡିପୋଜିଟ ଇନସୁରାନ୍ସ କର୍ପୋରେସନ କାର୍ଯ୍ୟାଳୟକୁ ଯାଉଥିବା ବେଳେ ସକାଳ ପ୍ରାୟ ୯.୧୫ ସମୟରେ ଏହି ଘଟଣା ଘଟିଥିଲା । ଏହି ସମୟରେ ଟ୍ରକରେ ରଖାଯାଇଥିବା ଅନେକ ବ୍ୟାଗ ଖୋଲିଯିବା କାରଣରୁ ଦକ୍ଷିଣ କାଲିଫର୍ଣ୍ଣିଆର ରାସ୍ତାରେ ଟଙ୍କା ବର୍ଷା ହୋଇଥିଲା ।

ସୋସିଆଲ ମିଡିଆରେ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ଏହି ନୋଟଗୁଡ଼ିକୁ ରାସ୍ତାରୁ ଉଠାଇ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି । ଏହା କୁହାଯାଉଛି ଯେ ଅଧିକାଂଶ ନୋଟଗୁଡିକ ଗୋଟିଏ ଡଲାର ବା ୨୦ ଡଲାର ଥିଲା । ଡେମି ବ୍ୟାଗି ନାମକ ଜଣେ ବଡି ବିଲଡର ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି । ତେବେ ଲୋକମାନେ ବହୁ ଟଙ୍କା ସଂଗ୍ରହ କରିଥିଲେ ହେଁ ଅଧିକାରୀମାନେ ନୋଟ୍ ଫେରସ୍ତ କରିବାକୁ ଲୋକଙ୍କୁ କହିଛନ୍ତି । ଘଟଣାକୁ ନେଇ ରାଜପଥକୁ ୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ।

 

View this post on Instagram

 

A post shared by DEMI BAGBY (@demibagby)

Get real time updates directly on you device, subscribe now.