Money Vastu Tips: ପାଖରେ ଚିରା ନୋଟ୍ ରଖୁଛନ୍ତି କି? ଏପରି କରନ୍ତୁ ନାହିଁ ନଚେତ୍ ଭୋଗିବାକୁ ପଡ଼ିବ ଏହି ଅସୁବିଧା

ଟଙ୍କା ସହିତ ଳୁହା ରଖିଲେ ମାଡ଼ି ବସିବ ବିପଦ । ବାସ୍ତୁଶାସ୍ତ୍ର ଅନୁସାରେ ଅର୍ଥାଭାବ ବଢ଼ିବା ସହ ପାରିବାରିକ କଳହ ହେବ ।

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁସାରେ ଟଙ୍କା ସହିତ କିଛି ଜିନିଷ ରଖିବା ନିଷିଦ୍ଧ । ଯଦି କୌଣସି ବ୍ୟକ୍ତି ଟଙ୍କା ସହିତ ଏହି ସବୁ ଜିନିଷ ରଖନ୍ତି ତେବେ ତାଙ୍କ ଉପରେ ବିପଦ ମାଡ଼ି ଆସିବ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଟଙ୍କା ସହିତ କେବେ ବି ଲୁହା ରଖନ୍ତୁ ନାହିଁ । ଲୁହା ରଖିବା କାରଣରୁ ଆମଦାନୀରେ ବଡ଼ ପ୍ରଭାବ ପଡ଼ିଥାଏ ।

ବାସ୍ତୁ ଶାସ୍ତ୍ର ମୁତାବକ, ସିନ୍ଦୁକ କିମ୍ବା ପର୍ସରେ କେବେ ଚିରା ନୋଟ୍ ରଖିବା ଅଶୁଭ । ଚିରା ନୋଟ୍ ରଖିବା ଯୋଗୁ ଧନ ଲାଭର ମାଧ୍ୟମ କମିଯାଏ । ଦୈନଦିନ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଅର୍ଥାଭାବ ଭଳି ସମସ୍ୟା ମଧ୍ୟ ଭୋଗିବାକୁ ପଡ଼େ ।

ଘରେ ଟଙ୍କା ରଖୁଥିବା ସ୍ଥାନରେ କଳା ସୁତା ରଖିବା ଉଚିତ୍ ନୁହେଁ । ଏପରି କଲେ ମନି ଫ୍ଲୋ’ ପ୍ରଭାବିତ ହୁଏ । ରୋଜଗାର ଏବଂ ଆୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

ବାସ୍ତୁବିଦଙ୍କ ଅନୁସାରେ ଟଙ୍କା ଯେଉଁ ସ୍ଥାନରେ ରଖାଯାଉଛି, ସେଠାରେ କୌଣସି ଧାରୁଆ ଅସ୍ତ୍ର ରଖିବା କଥା ନୁହେଁ । ଧାରୁଆ ଜିନିଷ ରଖିଲେ, ଆର୍ଥିକ ସଙ୍କଟ ଦେଖାଦେବ ।

ଯଦି ଆପଣ ଏହି ସବୁ ନିୟମ ମାନି ଚଳନ୍ତି, ତେବେ ଆପଣଙ୍କ ଉପରେ ହେବ ଟଙ୍କା ବର୍ଷା । ଏହାସହ ସୁଖ , ଧନଲାଭ ଭଳି ପ୍ରତ୍ୟେକ ଖୁସି ଆପଣଙ୍କୁ ମିଳିବ ।