fbpx

ବ୍ରିଟେନରୁ ମିଳିଲା ଆଉ ଏକ ଭାଇରସ୍, ଜାଣନ୍ତୁ ଏହା କେତେ କ୍ଷତିକାରକ ଓ ବ୍ୟାପୁଛି କିପରି?

ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ବ୍ରିଟେନରେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି । ଏହି ଭାଇରସର ନାମ ‘ମଙ୍କିପକ୍ସ’ । ବିଟ୍ରେନର ଉତ୍ତର ୱେଲ୍ସରେ ଗୋଟିଏ ପରିବାରର ୨ ଜଣ ଏହି ରୋଗରେ ଚିହ୍ନଟ ହୋଇଛନ୍ତି । ଅଧିକାରୀଙ୍କ କହିବା ମୁତାବକ, ଏହି ଭାଇରସ୍ ଲୋକଙ୍କ ସଂସ୍ପର୍ଶରେ ଆସିବାର ସମ୍ଭାବନା କମ୍ ରହିଛି । ସ୍ୱାସ୍ଥ୍ୟ ଅଧିକାରୀ ଦାବି କରିଛନ୍ତି ଯେ, ଏହି ଭାଇରସ୍ ବିଦେଶରୁ ବ୍ରିଟେନକୁ ଆସିଛି ।

ବ୍ରିଟେନର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ୨ ଜଣ ୟୁକେ ବାହାରୁ ସଂକ୍ରମିତ ହୋଇଥିବେ । ମାମଲା ସାମ୍ନାକୁ ଆସିବା ପରେ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ ଏହି ମହାମାରୀ କ’ଣ ଓ କିପରି ବ୍ୟାପୁଛି? ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ…

ଡବ୍ଲୁଏସଓ ମୁତାବକ, ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ ଏହି ମଙ୍କିପକ୍ସ ଭାଇରସ୍ । ଏହି ଭାଇରସ୍ ସାଧାରଣତଃ ମଧ୍ୟ ଓ ପଶ୍ଚିମ ଆଫ୍ରିକା ଦେଶରେ ବ୍ୟାପିଥାଏ ଓ ଅନ୍ୟ ଅଞ୍ଚଳରେ ଏହାର ପ୍ରକୋପ ପକାଇଥାଏ । ଏହି ଭାଇରସ୍ ସଂକ୍ରମିତ ପଶୁ ସହ ସମ୍ପର୍କରେ ଆସିବା ଦ୍ୱାରା ବ୍ୟାପିପାରେ । ଏଥିରେ ସଂକ୍ରମିତ ହେଲେ ଜ୍ୱର, ମୁଣ୍ଡବିନ୍ଧା, ଅଣ୍ଟାବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଓ ଦୁର୍ବଳତା ଆଦି ଲକ୍ଷଣ ଦେଖାଯିବ ।

ଏଥିରେ ସଂକ୍ରମିତ ହେବାର ପ୍ରଥମ ୫ ଦିନରେ ଶରୀରରେ ଘା’ ହୋଇଥାଏ । ପ୍ରଥମେ ଏହି ଦାଗଗୁଡକ ମୁହଁରେ ହୋଇଥାଏ ଓ ପରେ ସମ୍ପୂର୍ଣ୍ଣ ଶରୀରରେ ବ୍ୟାପିଥାଏ । ସଂକ୍ରମଣ ସମୟରେ ଏହି ଘା’ ଗୁଡିକ ଲାଲ ରଙ୍ଗର ହୋଇଥାଏ ।ଏହି ଭାଇରସରେ ମୃତ୍ୟୁ ହାର ୧୧% ହୋଇପାରେ । ପ୍ରଥମେ ଏହି ଭାଇରସ୍ ୧୯୭୦ ମସିହାରେ ଆଫ୍ରିକାର କଙ୍ଗୋରେ ହୋଇଥିଲା । ପରେ ୨୦୦୩ରେ ଏହି ଭାଇରସ୍ ଆମେରିକା ସମେତ ବିଶ୍ୱସାରା ବ୍ୟାପିଥିଲା ।

Get real time updates directly on you device, subscribe now.