fbpx

ସେପ୍ଟେମ୍ବର ୧ରୁ ମୌସୁମୀ ଅଧିବେଶନ; ସମସ୍ତ ସଦସ୍ୟଙ୍କ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ । ସରକାରଙ୍କୁ ଅକଳରେ ପକାଇବା ଲାଗି ବିରୋଧୀଙ୍କ ହାତରେ ରହିଛି ମାଳ ମାଳ ପ୍ରସଙ୍ଗ । ମରୁଡି, ଷ୍ଟାଫ ସିଲେକସନରେ ଦୁର୍ନୀତି, ବିଦୂତ ଏବଂ ଦର ବୃଦ୍ଧି, ଧାନ କିଣାରେ ଅବ୍ୟବସ୍ଥା, କରୋନା ପରିଚାଳନାରେ ବିଭ୍ରାଟ ଭଳି ମାଳ ମାଳ ପ୍ରସଙ୍ଗ । ଏହି ସମସ୍ତ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । କିନ୍ତୁ ଚଳିତ ଅଧିବେଶନ ସ୍ବଳ୍ପ ଦିନିଆ ହୋଇଥିବାରୁ କେଉଁ ପ୍ରସଙ୍ଗ ବିରୋଧୀ ଉଠାଇବେ ଏ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସେପଟେ ଶାସକ ଦଳ ବିଜେଡି ଆସନ୍ତା ୩୧ ତାରିଖରେ ବିଧାୟକ ଦଳ ବୈଠକ ଡାକି ବିରୋଧୀଙ୍କୁ ସମ୍ନା କରିବା ଲାଗି ରଣନୀତି ପ୍ରସ୍ତୁତ କରିବ ।

ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ୯ ତାରିଖ ପର୍ୟ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ରହିଛି । ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ୟ୍ୟଦିବସ ରହିଛି । ଏହି ଅଧିବେଶନରେ ମୋଟ ୮ଟି କାର୍ୟ୍ୟଦିବସ ରହିଛି । ଚଳିତଥର ମଧ୍ୟ କରୋନା ଗାଇଡଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ । ଯେଉଁମାନେ କୋଭିଡିର ଦୁଇଟି ଡ଼ୋଜ଼ ଟୀକା ନେଇଥିବେ ସେମାନଙ୍କୁ ଗୃହ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ସ୍ୱଳ୍ପ ଦିନିଆ ଚଳିତ ଅଧିବେଶନ ହୋଇଥିବାରୁ ଶନିବାର ବିଧାନସଭା ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଧିବେଶନ ଦୁଇଟି ପର୍ୟ୍ୟାୟରେ ହେବ । ପୂର୍ବାହ୍ନ ସାଢ଼େ ୧୦ ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ଣରେ ୪ଟାରୁ ୬ ଟା ଯାଏଁ ଅଧିବେଶନ ଚାଲିବ । ଦିନକୁ ୫ ଘଣ୍ଟା ଗୃହ କାର୍ୟ୍ୟ ଚାଲିବ ।

Get real time updates directly on you device, subscribe now.