fbpx

(Video) ଓଡ଼ିଶାରେ ପାଦ ଦେଲା Monsoon: ଅସହ୍ୟ ତାତିରୁ ମିଳିବ ମୁକ୍ତି, ମୌସୂମୀ ଛୁଇଁବା ମାତ୍ରେ ବର୍ଷା ଆରମ୍ଭ

ଓଡ଼ିଶା ଭାସ୍କର: ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମଲହରୀର ମିଳିବ ମୁକ୍ତି । ସବୁ ଅପେକ୍ଷାର ଅନ୍ତ ପରେ ଓଡ଼ିଶାରେ ଆବିର୍ଭାବ ହୋଇଛି ମୌସୂମୀ । ଆସନ୍ତାକାଲି ପ୍ରଚଣ୍ଡ ତାତିରୁ ମିଳିବାକୁ ଯାଉଛି ନିସ୍ତାର । ଏବେ କମିବ ତାତି । ମେଘୁଆ ପାଗରେ ଆକାଶ ମେଘାଛନ୍ନ ରହିବ । କାରଣ ଓଡିଶାରେ ପାଦ ମଜବୁତ କରିସାରିଛି ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଓଡ଼ିଶାବାସୀ ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ର ତାପରୁ ମୁକ୍ତି ପାଇପାରିବେ ।

ମୌସୁମୀ ଓଡିଶା ଛୁଇଁବା ମାତ୍ରେ କାଚିଲାଣି ବର୍ଷା । ଏହି ଦିନ ଠାରୁ ଓଡ଼ିଶା ମୌସୁମୀ ବର୍ଷାରେ ଭିଜିବ । ପୁରା ରାଜ୍ୟରେ ବେ ତୁହାକୁ ତୁହା ବର୍ଷା । ଯାହାକୁ ନେଇ ଏବେଠାରୁ ଚାଷୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରଚଣ୍ଡ ଖରା ମଧ୍ୟରେ ସମସ୍ତ ମୌସୁମୀକୁ ଅପେକ୍ଷା କରିଥିଲେ । କେତେବେଳେ ମୌସୁମୀ ଆସିବ ସେଥିପାଇଁ ସମେସ୍ତ ଆକାଶକୁ ଚାହିଁ ରହିଥିଲେ । ଆଉ ଏବେ ମୌସୁମୀ ସମସ୍ତଙ୍କ ଅପେକ୍ଷାକୁ ପୁରଣ କରିଦେଇଛି । ମୌସୁମୀ ନେଇ ଆସିଛି ଖୁସିର ସମ୍ଭାର । ଏବେ ଖାଲି ଚାଷୀଙ୍କ ମନ ନାଚି ଉଠୁଛି ।

ଏବେ ତୁହାକୁ ତୁହା କାଚିବ ବର୍ଷା । ତୁହାକୁ ତୁହା ବର୍ଷାରେ ଚାଷ କାର୍ଯ୍ୟ ଆଗେଇଯିବ । ଯଦି ଦେଖିବା କେରଳରେ ୨ ଦିନ ପୂର୍ବରୁ ପ୍ରବେଶ କରିଛି ମୌସୁମୀ । ଚାରୀ ମାସର ଯାତ୍ରା କେରଳରୁ ଆରରମ୍ଭ ହୋଇଛି । ଯଦି ଦେଖିବା କେରଳରେ ମୌସୁମୀ ପ୍ରବେଶର ତାରିଖ ହେଉଛି ଜୁନ ୧ । କିନ୍ତୁ ଚଳିତ ବର୍ଷ ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଅତିକ୍ରମ କରି ଉତ୍ତର ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.