fbpx

ଜୁଲାଇ ୫ ଯାଏଁ ଦୁର୍ବଳ ରହିବ ମୌସୁମୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚାଷ ଓ ଚାଷୀଙ୍କ ପାଇଁ ଦୁଃସମ୍ବାଦ । ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜୁନ୍ ୨୧ରେ ମୌସୁମୀ ଆସିଥିବା ବେଳେ ସମଗ୍ର ଦେଶରେ ଭଲ ବର୍ଷା ହୋଇଥିଲା । ତେବେ ଜୁନ୍ ୨୯ ତାରିଖ ଯାଏଁ ମୌସୁମି ଆଂଶିକ ସକ୍ରିୟ ରହିବ । ଏହା ପରେ ଜୁଲାଇ ୫ ପର୍ଯ୍ୟନ୍ତ ମଧ୍ୟ ମୌସୁମୀର ସକ୍ରିୟତା ଆହୁରି କମିବ । ତେବେ ଜୁଲାଇ ୫ ପରେ ବର୍ଷାର ପରିମାଣ ସ୍ୱାଭାବିକ ହେବ ବୋଲି ପୂର୍ବାନୂମାନ କରିଛି ଆଇଏମ୍ଡି ।

ଚଳିତ ବର୍ଷ ମୌସୁମୀରୁ ଆଗମନରେ ଦେଶର ସମସ୍ତ ଅଞ୍ଚଳରେ ବର୍ଷା ଉପଯୁକ୍ତ ପରିମାଣରେ ହୋଇଥିଲା । ଏପରିକି ନର୍ଥଇଷ୍ଟ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିଲା । ତେବେ ଇଣ୍ଟର ସିଜନାଲ କାରଣ ପାଇଁ ମୌସୁମୀର ସକ୍ରିୟତା ପ୍ରଭାବିତ ହୋଇଛି । ଆସନ୍ତା କିଛି ଦିନ ବର୍ଷା ହେବାର କୌଣସି ସମ୍ଭାବନା ନଥିବା ବେଳେ ବିହାର, ପୂର୍ବ ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକର କିଛି ଅଞ୍ଚଳରେ ସାମାନ୍ୟ ବର୍ଷାର ପୂର୍ବାନୂମାନ କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.