fbpx

ରାଜ୍ୟରେ ଗୋଟିଏ ମାସରେ ୧ କୋଟିରୁ ଅଧିକ ସାଇବର ଠକେଇ

Advertisement

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ରାଜ୍ୟରେ ଗତ ମେ’ ମାସରେ ୧ କୋଟି ୪୦ ଲକ୍ଷ ୯ ହଜାର ୪୬୯ ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି । କିନ୍ତୁ ଅଭିଯୋଗ ପରେ ସେଥିରୁ ୧୨ ଲକ୍ଷ ୫ ହଜାର ୩୦୬ ଟଙ୍କା ଉଦ୍ଧାର ହୋଇଛି । ଏନେଇ ସାଇବର ହେଲ୍ପ ଡେସ୍କରେ ୫୨୯ଟି ଅଭିଯୋଗ ଆସିଥିଲା, ଯାହାମଧ୍ୟର କେବଳ ଭୁବନେଶ୍ୱରରୁ ୨୫୬ଟି ଅଭିଯୋଗ ଥିବା ଜଣାପଡିଛି । ଏହା ବ୍ୟତିତ ରାଜ୍ୟର ଅନ୍ୟ ଅଞ୍ଚଳରୁ ୨୭୩ଟି ଅଭିଯୋଗ ଆସିଥିଲା । ସେହିପରି କେବଳ ରାଜଧାନୀ ଭୁବନେଶ୍ୱରରୁ ୭୦ ଲକ୍ଷ ୭୮ ହଜାର ୭୧୪ ଟଙ୍କାର ଠକେଇ ହୋଇଥିଲା ।

Get real time updates directly on you device, subscribe now.