ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଚିନ୍ତା ବଢାଇଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେଉଥିବା ଦେଖାଯାଉଛି । ଏଥି ସହିତ କରୋନା ଜନିତ ମୃତ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି । ଯାହା ଏବେ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ମୋଟ ୧୦୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣ ସଂକ୍ରମିତ ଏଥିରେ ପ୍ରାଣ ହରାଇଛନ୍ତି ।
ଆଜି ରାଜ୍ୟରେ ନୂଆ ୧୦୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟାରେ ବଢି ୩୨୫୩ରେ ପହଞ୍ଚିଛି । ସେପଟେ ସଂକ୍ରମଣ ହାର ମଧ୍ୟ ୪ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି । ଗୋଟିଏ ଦିନରେ କରୋନାରେ ଦୁଇ ଆକ୍ରମାନ୍ତ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ୨୪ ଘଣ୍ଟାରେ ନୂଆ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା ପରେ ସାରା ରାଜ୍ୟ ଏବଂ ଦେଶରେ କରୋନା ଭୟ ପୁଣିଥରେ ଦେଖାଦେଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏହି ସୂଚନା ପରେ ଲୋକମାନେ ପୁଣିଥରେ ଛାନିଆ ହୋଇଥିବା ବେଳେ ସରକାର ମଧ୍ୟ ମହାମାରୀ ବିପକ୍ଷରେ କଟକଣା ଲାଗୁ କରିଛନ୍ତି । ମାସ୍କ ନ ପିନ୍ଧିଲେ ପୁଣି ଥରେ ଜରିମାନା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।