ସୁଡାନରୁ ଉଦ୍ଧାର ହେଲେ ୫୦୦ରୁ ଅଧିକ ଭାରତୀୟ: ‘ଅପରେସନ କାବେରୀ’ ଜାରି

ନୂଆଦିଲ୍ଲୀ: ସୁଡାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ‘ଅପରେସନ କାବେରୀ’ । ବର୍ତ୍ତମାନ ସୁଦ୍ଧା ଏହି ଅପରେସନରେ ମୋଟ ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ୩ଟି ପର୍ଯ୍ୟାୟରେ ମୋଟ ୫୩୪ ଜଣ ଭାରତୀୟ ନାଗରିକଙ୍କୁ ଏହି ବିପଦରୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସୁଡାନ ପୋର୍ଟରୁ ସାଉଦି ଆରବର ଜେଦାହକୁ ଅଣାଯାଇଛି ।

ସୂଚନା ଅନୁସାରେ, ତୃତୀୟ ପର୍ଯ୍ୟାୟରେ ସୁଡାନରୁ ଫସି ରହିଥିବା ୧୩୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଏହାସହିତ ମୋଟ ୫୩୪ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି ‘ଅପରେସନ କାବେରୀ’ । ଏମାନଙ୍କୁ ସମସ୍ତଙ୍କୁ ଉଦ୍ଧାର କରି ସୁଡାନ ପୋର୍ଟରୁ ସାଉଦି ଆରବର ଜେଦାହକୁ ଅଣାଯାଇଛି । ଏହାପୂର୍ବରୁ ୨ଟି ପର୍ଯ୍ୟାୟରେ ଭାରତୀୟଙ୍କୁ ଉଦ୍ଧାର କରିବାରେ ସପଳ ହୋଇଥିଲା ଏହି ଅପରେସନ । ପ୍ରଥମ ପର୍ଯ୍ୟାୟରେ ୨୭୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୪୮ ଜଣ ଭାରତୀୟଙ୍କୁ ଉଦ୍ଧାର ହୋଇଥିଲା ।