ଭୁବନେଶ୍ୱର: ଦୁର୍ଘଟଣାରେ ଜାନୁଆରୀରେ ୫୦୫ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ମାସରେ ୮୪୮ ଦୁର୍ଘଟଣା, ୪୭୨ ଜଣ ଆହତ ହୋଇଥିବା ସୂଚନା ।
ଦୁର୍ଘଟଣା ଜନୀତ ମୃତ୍ୟୁ ନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନଦ ମନ୍ତ୍ରୀ ବିଭୂତି ଜେନା ।
ଅନ୍ୟପଟେ ଲୋକଙ୍କ ସଚେତନତା ପାଇଁ ଖର୍ଚ୍ଚ ହୋଇଛି ୮୯,୬୬୬୯୪ କୋଟି ଟଙ୍କା ।
ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ତରଫରୁ ଆନେକ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ କିନ୍ତୁ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା କମିପାରୁ ନାହିଁ ।
ଦୁର୍ଘଟଣାର ମୁଖ୍ୟ କାରଣ ଦ୍ରୁତ ବେଗରେ ଗାଡ଼ି ଚଲାଇବା ଏବଂ ନିଶା ସେବନ କରି ଗାଡ଼ି ଚଳାଇବା ।