fbpx

ଦିଲ୍ଲୀକୁ ଦୋହଲାଉଛି କରୋନା: ଲଗାତାର ଚତୁର୍ଥ ଦିନରେ ୧ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଉପରମୁହାଁ ହେଉଛି କରୋନା ମହାମାରୀ । ପ୍ରତିଦିନ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ରାଜ୍ୟରୁ ଲଗାତାର ଚତୁର୍ଥ ଦିନରେ ହଜାରରୁ ଅଧିକ କୋଭିଡ ପଜିଟିଭ କେସ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୧୦୧୧ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହାସହିତ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏହି ଆକ୍ରାନ୍ତଙ୍କ ସହିତ ସଂକ୍ରମଣ ହାର ବୃଦ୍ଧି ପାଇ ୬.୪୨ରେ ପହଞ୍ଚିଛି ।

ଏହି ନୂଆ କୋଭିଡ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୮ରେ ପହଞ୍ଚିଛି । ତେବେ କରୋନାର ଏହି ଭୟାବହତା ମଧ୍ୟରେ ଆଶ୍ୱସ୍ତିର ବିଷୟ ଏହିକି ଯେ, ଏପର୍ଯ୍ୟନ୍ତ ସଂକ୍ରମଣ ହାର ଅନୁସାରେ ହସ୍ପିଟାଲରେ କମ ଲୋକ ଭର୍ତ୍ତି ହୋଇଛନ୍ତି । ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍ପଷ୍ଟ ସୂଚନା ଦେଇଛନ୍ତି । ଗତକାଲି ମଧ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୩ ରହିଥିଲା ।

Get real time updates directly on you device, subscribe now.