fbpx

ପ୍ରତିଦିନର ମୁଣ୍ଡବିନ୍ଧାକୁ ନେଇ ଚିନ୍ତିତ କି ? ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

କିଛି ଲୋକ ୭ରୁ ୮ ଘଣ୍ଟା ଶୋଇଲା ପରେ ବି ଥକାପଣ ସହ ସଂଘର୍ଷ କରୁଛନ୍ତି । ସମ୍ପୂର୍ଣ୍ଣ ଶୋଇବା ପରେ ବି ଦିନସାରା ମୁଣ୍ଡବିନ୍ଧା ହେଉଥିବା ସେମାନେ ଅଭିଯୋଗ କରନ୍ତି । ଯଦି ଆପଣଙ୍କ ଘରେ ବି କେହି ଏପରି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ତୁରନ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ନଚେତ୍ ଏହି ବଢ଼ିଯାଇ ଭବିଷ୍ୟତରେ ଏକ ରୋଗରେ ପରିଣତ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ…

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ସକାଳେ ମୁଣ୍ଡବିନ୍ଧା ହେବାର ଅନେକ କାରଣ ଥାଇପାରେ । ଶରୀରରେ ଜଳ ଅଭାବରୁ ମୁଣ୍ଡବିନ୍ଧା ହୋଇପାରେ । ଯଦି ଜଣେ ବ୍ୟକ୍ତି ଅଧିକ ମଦ୍ୟପାନ କରନ୍ତି ତେବେ ତାଙ୍କର ମୁଣ୍ଡବିନ୍ଧା ସମସ୍ୟା ସୃଷ୍ଟି ହୋଇପାରେ । କେତେକ ରୋଗ ହେତୁ ଲୋକଙ୍କଠାରେ ମୁଣ୍ଡବିନ୍ଧାର ସମସ୍ୟା ମଧ୍ୟ ଦେଖାଯାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ଏକ ସାଧାରଣ କଥା । କେତେକ ଲୋକଙ୍କଠାରେ ଅତ୍ୟଧିକ ଚାପ ଏବଂ ଚିନ୍ତା ଯୋଗୁଁ ଏହି ସମସ୍ୟା ମଧ୍ୟ ଦେଖାଯାଏ । ସିଫ୍ଟ ବଦଳାଇ କାମ କରିବା କାରଣରୁ ଲୋକଙ୍କ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ । ଏହା ସର୍କାଡିୟନ୍ ରିଦମ୍ ଡିସଅର୍ଡର ଯୋଗୁଁ ହୋଇପାରେ । ଅନେକ ଲୋକ ବିଳମ୍ବିତ ରାତିରେ କମ୍ପ୍ୟୁଟରରେ କାମ କରନ୍ତି, ସେମାନେ ମଧ୍ୟ ସକାଳୁ ଉଠିବା ପରେ ମୁଣ୍ଡବିନ୍ଧା ହେଉଥିବାର ଅଭିଯୋଗ କରନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କ’ଣ କୁହନ୍ତି?
ଯଦି ଆପଣ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତି, ତେବେ ଆପଣଙ୍କର ସମସ୍ୟାର ସମାଧାନ ହୋଇପାରିବ । ଏହା ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ଯଦି ଆପଣ ସକାଳୁ ଉଠିବା ସମୟରେ ମୁଣ୍ଡବିନ୍ଧାର ସମସ୍ୟା ରହୁଛି, ତେବେ କପାଳରେ ଥଣ୍ଡା ବରଫ ପ୍ୟାକ୍ ରଖନ୍ତୁ । ଏହା ଆପଣଙ୍କ ସମସ୍ୟାକୁ ହ୍ରାସ କରିବ । ବେକ ଏବଂ ମୁଣ୍ଡ ପାଇଁ ଏକ ଗରମ ପ୍ୟାଡ୍ ରଖନ୍ତୁ । ଏହା ସହିତ ଅଳ୍ପ ପରିମାଣର କଫିନ୍ ବ୍ୟବହାର ଦ୍ୱାରା ଆପଣ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ।

Get real time updates directly on you device, subscribe now.