ଓଡିଶା ଭାସ୍କର: ଏହି ଦୁନିଆରେ ଅନେକ ଆଶ୍ଚର୍ୟ୍ୟଜନକ ସ୍ଥାନ ଏବଂ ଜିନିଷରେ ଭରି ରହିଛି । ତେବେ ବର୍ତ୍ତମାନ ପୃଥିବୀର ଜନସଂଖ୍ୟାକୁ ଦେଖିଲେ ପୃଥିବୀର ବିଭିନ୍ନ ପ୍ରାନ୍ତରରେ ସ୍ଥାନର ଅଭାବ ଦେଖାଗଲାଣି । ତେଣୁ ସ୍ୱଳ୍ପ ସ୍ତାନରେ ରହିବା ପାଇଁ ଲୋକେ ବିଭିନ୍ନ ପ୍ରକାର ସୃଜନାତ୍ମକ ଆବିଷ୍କାର ମଧ୍ୟ କରିବାକୁ ପଛାଉନାହାନ୍ତି । ହେଲେ ଆପଣ ଜାଣନ୍ତି କି ପୃଥିବୀରେ ଏପରି ଏକ ସ୍ଥାନ ଏପରି ରହିଛି ଯେଉଁଠାରେ ଖୋଜିଲେ ମଧ୍ୟଆପଣଙ୍କୁ ଜନବସତି ମିଳିବ ନାହିଁ । ତେବେ ଆସନ୍ତୁ ଜାଣିବା ପୃଥିବୀର ସବୁଠାରୁ ଜନଶୂନ୍ୟ ସ୍ଥାନ କେଉଁଟି ।
ତେବେ ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘କୋରା’ରେ ପ୍ରଶ୍ନ ପଚରାଯିବା ପରେ ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର ଉତ୍ତର ଦେଇଥିଲେ । ତେବେ ଯେଉଁ ସ୍ଥାନଗୁଡିକର ନାମ ସର୍ବାଧିକ ଥର ନିଆଯାଇଛି ତାହା ଆଣ୍ଟାର୍କଟିକା ଏବଂ ସାଇବେରିଆ । ଦକ୍ଷିଣମେରୁ ନିକଟରେ ଥିବା ଏହି ସ୍ଥାନଗୁଡିକରେ ଏତେ ଥଣ୍ଡା ଯେ ଏଠାରେ ଲୋକଙ୍କ ବଞ୍ଚିବା କଷ୍ଟକର । ଏଠାରେ ଏତେ ଥଣ୍ଡା ଯେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼େ । ଏଠାରେ କେବଳ ଗବେଷକ ଏବଂ ବୈଜ୍ଞାନିକମାନଙ୍କ ରହିବା ପାଇଁ ଗର ପ୍ରସ୍ତୁତ କରାଯାଇଛି । ପର୍ୟ୍ୟଟକମାନେ ମଧ୍ୟ ଏଠାକୁ ବୁଲିବା ପାଇଁ ଆସିଥାନ୍ତି । କିନ୍ତୁ କେହି ଏଠାରେ ରହିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ।
ତେବେ କିଛି ‘କୋରା’ ବ୍ୟବହାରକାରୀ ‘ବୋନେଭିଲ୍ ସଲ୍ଟ ଫ୍ଲାଟସ୍’ର ନାଁ ମଧ୍ୟଉଲ୍ଲେଖ କରିଥିଲେ । ଏହା ଏକ ଲୁଣ ମରୁଭୂମି । ତେବେ ଲୋକମାନେ ଏଠାକୁ କାର୍ ରେସିଂ ପାଇଁ ଯାଆନ୍ତି ।
ଅନ୍ୟପକ୍ଷରେ ବୈଜ୍ଞାନିକଙ୍କ ମତରେ ଇଥିଓପିଆରେ ଡାଲୋଲ୍ ଜିଓଟର୍ମାଲ୍ ଫିଲ୍ଡ ନାମକ ଏକ ସ୍ଥାନ ରହିଛି । ଏଠାରେ ଥିବା ପୋଖରୀଗୁଡ଼ିକ ଏତେ ଗରମ ଏବଂ ଅମ୍ଳୀୟ ଯେ ଏପରିକି ଅଣୁଜୀବ ମଧ୍ୟ ଏଠାରେ ବଞ୍ଚିପାରିବେ ନାହିଁ । ଏହା ଉପରେ ଅନୁସନ୍ଧାନ କରିବା ପରେ ବୈଜ୍ଞାନିକମାନେ କହିଥିଲେ ଯେ ଏହା ହେଉଛି ସବୁଠାରୁ ଉତ୍ତପ୍ତ ଏବଂ ଶୁଷ୍କ ସ୍ଥାନ ଯେଉଁଠାରେ ଶୀତ ଦିନରେ ମଧ୍ୟ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଥାଏ । ଏହା ପୃଥିବୀର ସର୍ବନିମ୍ନ ପଏଣ୍ଟ ମଧ୍ୟରୁ ଗୋଟିଏ, ଯାହା ସମୁଦ୍ର ପତ୍ତନଠାରୁ ୪୧୦ ଫୁଟ ତଳେ ରହିଥିବା ଜଣାପଡ଼ିଛି ।