ପାକିସ୍ତାନ ଆତଙ୍କବାଦୀ ମସୁଦକୁ କରିବ କୋଟିପତି, ଶେହବାଜ ଦେବେ ୧୪ କୋଟି
ପାକିସ୍ତାନ ସରକାରଙ୍କ ବଡ଼ ଘୋଷଣା । ପାକିସ୍ତାନ ଗଢ଼ୁଛି ଆତଙ୍କବାଦର ଗଡ଼ ।
କରାଚୀ: ସୁଧୁରୁନି ପାକିସ୍ତାନ; ବିଦେଶରୁ ଋଣ ଆଣି ପୁଣି ଆତଙ୍କବାଦ ବଢ଼ାଇବାକୁ ଅଣ୍ଟାଭିଡ଼ିଲେଣି ଶେହେବାଜ ସରକାର ।
ଭାରତର ଅପରେଶନ୍ ସିନ୍ଦୂରରେ ପାକିସ୍ତାନରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ବାବଦକୁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ୧ କୋଟି ଟଙ୍କା ଘୋଷଣା କରିଛନ୍ତି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଶେହବାଜଙ୍କ ଘୋଷଣା ଏବଂ ମିଡିଆ ରିପୋର୍ଟ ଅନୁସାରେ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମସୁଦ ଅଜହର ପରିବାରର ୧୪ ଜଣଙ୍କ ମୃତ୍ୟୁ ଘଟିଛି, ଯାହାଫଳରେ ମସୁଦରକୁ କ୍ଷତିପୂରଣ ବାବେଦକୁ ୧୪ କୋଟି ଟଙ୍କା ମିଳିବା ନେଇ ଖବର ପ୍ରକାଶ ପାଇଛି ।
ଭାରତର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧ କୋଟି କୋଟି ପାକିସ୍ତାନ ରୁପିଜର ସହାୟତା ରାଶି ଘୋଷଣା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରକାଶ ପାଇଛି ।
ମେ ୭ ତାରିଖ ମଙ୍ଗଳବାର ଦିନ ବିଳମ୍ବିତ ରାତି ସାଢ଼େ ୧ଟାବେଳେ ପାକିସ୍ତାନ ଉପରକୁ ଏୟାରଷ୍ଟ୍ରାଇକ କରିଥିଲା ଭାରତ । ଏହି ଅପରେଶନର ନାଁ ରଖାଯାଇଥିଲା ସିନ୍ଦୂର । ଭାରତ ପାକିସ୍ତାନର ୯ଟି ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ କରିଥିଲା ।
ଭାରତୀୟ ସେନା ସୂଚନା ଅନୁସାରେ, ଭାରତ ପକ୍ଷରୁ କରାଯାଇଥିବା ଅପରେଶନ ସିନ୍ଦୂର ଜରିଆରେ ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।