fbpx

ଟଙ୍କା ପାଇଁ ଜନ୍ମ କଲା ମା’ ହେଲା ନିଷ୍ଠୁର: ନାବାଳିକାକୁ ଦେହଜୀବୀ ସଜାଇଲା ଚଳାଉଥିଲା ବ୍ୟବସାୟ, ଘରୁ ଖସି ଆସି ଥାନାରେ ଅଭିଯୋଗ କଲା ଝିଅ

ଗୋପ (ଓଡ଼ିଶା ଭାସ୍କର): ଜନ୍ମ କଲା ମା ତା’ର ନାବାଳିକା ଝିଅକୁ ଦୀର୍ଘ ୬/୭ ବର୍ଷ ହେବ ବେଶ୍ୟା ସଜାଇ ଦେହ ବ୍ୟବସାୟୀ ସଜାଇବା ଘଟଣା ସହ ଏହି କାର୍ଯ୍ୟ ନ କରିଲେ ଜୀବନରୁ ମାରିଦେବି ବୋଲି ଧମକ୍‌ ଦେବାଭଳି ଗୋପ ଥାନାରେ ରବିବାର ସନ୍ଧ୍ୟାରେ ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ଗୋପ ଥାନା ଅଞ୍ଚଳ ନୂଆଖୋଲମରା ଗଡସାହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ପରିବାର ସହିତ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିଲେ । ପାରିବାରିକ ବିବାଦକୁ ନେଇ ଦୀର୍ଘ ୯ ବର୍ଷ ଧରି ନାବାଳିକାର ବାପା ଅନ୍ୟତ୍ର ରହୁଥିଲା । ନାବାଳିକା ତା’ର ମା’ ନିକଟରେ ରହୁଥିବା ବେଳେ କନ୍ୟାଟି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଯୋର ଜବରଦସ୍ତ ମା’ ନାବାଳିକାକୁ ବେଶ୍ୟା ବୃତ୍ତି କରିବାକୁ ସବୁବେଳେ ବାଧ୍ୟ କରାଇବା ସହ ମଧ୍ୟ ସଫଳ ହୋଇଥିଲେ । ପରେ ଅର୍ଥ ଲୋଭରେ ନାବାଳିକା କନ୍ୟାକୁ ସବୁ ସମୟରେ ଏପରି କରିବାକୁ ବାଧ୍ୟ କରିଥିଲା ଜନ୍ମକଲା ମା। କୌଣସି ରାହା ନପାଇ ମା’ର କଥାରେ ନାବାଳିକା ସବୁକିଛି ମଧ୍ୟ କରିବାକୁ ବାଧ୍ୟ ହୋଇଥିଲା । ଆଉ ମା’ ଦେହଜୀବୀ କରିବା ସହ ବିଭିନ୍ନ ପୁରୁଷମାନଙ୍କୁ ଘରକୁ ଡ଼ାକି ବ୍ୟବସାୟୀ କାର୍ଯ୍ୟ କରିବା ସହିତ ନାବାଳିକା କନ୍ୟାକୁ ଏପରି କାର୍ଯ୍ୟରେ ଲିପ୍ତ ରଖିଥିଲା । ଏପରି ଘୃଣିତ କାର୍ଯ୍ୟ ନକରିବା ଲାଗି ନାବାଳିକା ମନାକରିବାରୁ ଜୀବନରୁ ମାରିଦେବା ପାଇଁ ଧମକ୍‌ ଦେବାଭଳି ଅଭିଯୋଗପତ୍ର ନାବାଳିକା ଅଭିଯୋଗ କରିଛନ୍ତି ।

ଦୀର୍ଘ ୬/୭ବର୍ଷ ଧରି ଭଡ଼ା ରହି ଏପରି କାର୍ଯ୍ୟ କରୁଥିବା ନାବାଳିକାକୁ ମଧ୍ୟ ଘର ମାଲିକଙ୍କ ବାସନକୁସନ ମଜାଉ ଥିଲା । ଶେଷରେ ନାବାଳିକା ଜଣଙ୍କ ଘର ଛାଡ଼ି ଲୁଚି କରି ରବିବାର ଅପରାହ୍ନରେ ଚାଲିଚାଲି ଆସି ଭୁବନେଶ୍ୱର କଳ୍ପନା ଛକ ନିକଟରେ ପହଞ୍ଚି ଥିବା ବେଳେ ନିମାପଡ଼ା ଅଞ୍ଚଳର ୨ ମହିଳା ନାବାଳିକାକୁ ଉଦ୍ଧାର କରି ସମସ୍ତ କଥା ଶୁଣିବା ପରେ ଗୋପ ଥାନାକୁ ଆଣିବା ପରେ ନାବାଳିକା ଜଣଙ୍କ ଏକ ଅଭିଯୋଗ ପତ୍ର ଦେଇଥିଲେ । ମହିଳା ପୋଲିସ ଏହି ଅଭିଯୋଗ ପତ୍ର ପାଇବାପରେ ସଙ୍ଗେ ସଙ୍ଗେ ନାବାଳିକାକୁ ପୁରୀର ମୋଚିସାହି ସ୍ଥିତ ଔନ ଷ୍ଟପ୍‌ ସେଣ୍ଟରରେ ରଖିଥିବା ସୂଚନା ଦେଇଛନ୍ତି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଗୋପ ଥାନାର ମହିଳା ଏସ୍‌ଆଇ ପ୍ରିୟା ପ୍ରଧାନଙ୍କୁ ପଚାରିବାରୁ ଏହି ଘଟଣା ଭୁବନେଶ୍ୱର ଅଞ୍ଚଳରେ ଘଟିଛି । ସୋମବାର ନାବାଳିକାକୁ ପୁରୀ ଶିଶୁ ବିଭାଗ କୋର୍ଟରେ ହାଜର କରିଯିବ । ତା’ପରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଏସ୍‌ଆଇ ପ୍ରିୟା ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.