fbpx

ପୋଲିସ କର୍ମଚାରୀଙ୍କୁ କରୋନା, ଥାନା ସିଲ୍

ମାଲକାନଗିରି, ୧୨ା୬(ଓଡ଼ିଶା ଭାସ୍କର): ମାଲକାନଗିରିରେ ପୋଲିସ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ତେଣୁ ମୋଟୁ ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଥିସହିତ ମୋଟୁ ଥାନାକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତ ଥିବା ପୋଲିସ ମୋଟୁ ସୀମାରେ ନିୟୋଜିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୫୦ହଜାର ପ୍ରବାସୀ ମୋଟୁ ସୀମା ଦେଇ ଫେରିଛନ୍ତି ।

Get real time updates directly on you device, subscribe now.