fbpx

ମୁଖ୍ୟମନ୍ତ୍ରୀଙ୍କ ଜାମିନ ବାତିଲ୍ ଦାବି କରି ଗିରଫ ହେଲେ ସାଂସଦ

ହାଇଦ୍ରାବାଦ, ୧୫ା୫: ୱାଇଏସଆର ନେତା ତଥା ନାମସପୁରମ ସାଂସଦ କାନୁମୁରୀ ରଘୁରାମ କୃଷ୍ଣମ ରାଜୁଙ୍କୁ ଆନ୍ଧ୍ରପ୍ରଦେଶ ସିଆଇଡି ଗିରଫ କରିଛି । ରାଜୁଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ରାଜୁ ବୟାନ ଦେଇଥିଲେ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଜଗନଙ୍କ ଜାମିନ ବାତିଲ କରିବାକୁ ରାଜୁ ସିବିଆଇ ନିକଟରେ ଦାବି କରିଥିଲେ । ରାଜୁଙ୍କୁ ତାଙ୍କର ହାଇଦ୍ରାବାସ ସ୍ଥିତ ବାସଭବନରୁ ଗିରଫ କରାଯାଇଛି । ଏହାଛଡ଼ା ରାଜୁଙ୍କ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାନହାନୀ ମୋକଦ୍ଦମା ଦାୟର କରାଯାଇଛି । ତେବେ ରାଜୁ କିଛିଦିନ ଧରି କିଛି ସମ୍ପ୍ରଦାୟଙ୍କ ବିରୋଧରେ ବେଆଇନ ଭାଷଣ ଦେଉଥିଲେ । ଏହାଛଡ଼ା ସରକାରଙ୍କ ବିଭିନ୍ନ ପଦରେ ରହିଥିବା ଲୋକଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ, ଯାହାର କୁପ୍ରଭାବ ସରକାରୀ ସ୍ତରରେ ପଡ଼ୁଥବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.