fbpx

ବଦ୍ରିନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ: ମନ୍ଦିର ସମିତିକୁ ଦାନ କଲେ ୫ କୋଟି….

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଚେୟାରମ୍ୟାନ୍ ଏବଂ  ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଗୁରୁବାର ବଦ୍ରିନାଥରେ ପୂଜା-ଅର୍ଚ୍ଚନା କରିଥିଲେ । ଏହି ଅବସରରେ ସେ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଦାନ କରିଛନ୍ତି । ଯେଉଁଥିରୁ ଅଢ଼େଇ କୋଟି ବଦ୍ରିନାଥ ଏବଂ ଅଢ଼େଇ କୋଟି କେଦାରନାଥ ମନ୍ଦିରର ଧାର୍ମିକ କାର୍ଯ୍ୟପାଇଁ ଦିଆଯାଇଛି । ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ପାଞ୍ଚ କୋଟି ଟଙ୍କା ଦାନ ଦେବାକୁ ନେଇ ମୁକେଶ ଅମ୍ବାନୀଙ୍କ ଧନ୍ୟବାଦ ଜଣାଇଥିଲେ ।

ଏହାସହ ମୁକେଶ ଅମ୍ବାନୀ ବଦ୍ରିନାଥ ଏବଂ କେଦାରନାଥରେ ସଞ୍ଚାର ସେବା ବିଷୟରେ ପଚାରିବୁଝିଥିଲେ । ଏବେ ବଦ୍ରିନାଥ ଧାମ ଏବଂ କେଦାରନାଥରେ ଟେଲିକ୍ ସେବା ପାଇଁ ତୀର୍ଥଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିବନି । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ମିଡିଆ ପ୍ରଭାରୀ ଡା.ହରିଶ ଗୌଡ଼ କହିଛନ୍ତି ଯେ ମୁକେଶ ଅମ୍ବାନୀ କେଦାରନାଥ ଏବଂ ବଦ୍ରିନାଥରେ ଶୀଘ୍ର ଜିଓ ୫ଜି ସେବା ଆରମ୍ଭ କରିବାନେଇ କହିଛନ୍ତି । ଏଥିପାଇଁ ମୋବାଇଲ ଟାୱାରକୁ ଅପଗ୍ରେଡ କରାଯିବ ।

Get real time updates directly on you device, subscribe now.