fbpx

ହୁରୁନ୍ ଧନୀ ତାଲିକା ପ୍ରଥମରେ ମୁକେଶ ଅମ୍ବାନୀ; ଅଦାନୀଙ୍କ ସମ୍ପତ୍ତିରେ ୨୬୧ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଗୁରୁବାର ପ୍ରକାଶ ପାଇଛି ହୁରୁନ ଇଣ୍ଡିଆ ଧନୀକ ତାଲିକା । ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ୬୪ ବର୍ଷୀୟ ମୁକେଶ ଅମ୍ବାନୀ କ୍ରମାଗତ ଦଶମ ବର୍ଷ ପାଇଁ ଏହି ତାଲିକାରେ ପ୍ରଥମ ସ୍ଥାନ ଆହରଣ କରିଛନ୍ତି । ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତିରେ ୯ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୭ ଲକ୍ଷ ୧୮ ହଜାର କୋଟି ଟଙ୍କା ରହିଛି । ୨୦୨୦ରୁ ୨୦୨୧ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତିରେ ଦୈନିକ ୧୬୩ କୋଟିର ଅଭିବୃଦ୍ଧି ଘଟିଛି । ଅମ୍ବାନୀଙ୍କ ନେତୃତ୍ୱରେ ପ୍ରଥମ ଭାରତୀୟ କମ୍ପାନୀ ଭାବରେ ୨୦୦ ବିଲିୟନ ଡଲାର ମାର୍କେଟ କ୍ୟାପ ଅତିକ୍ରମ କରିଥିଲା । ଏହା ସହିତ ହୁରୁନ୍ ଗ୍ଲୋବାଲ ୫୦୦ ଶ୍ରେଷ୍ଠ କମ୍ପାନୀ ମଧ୍ୟରେ ରିଲାଏନ୍ସ ୫୭ ତମ ସ୍ଥାନରେ ରହିଛି ।
ଏହି ତାଲିକାରେ ସବୁଠୁ ପ୍ରଭାବିତ କରିଛି ଅଦାନୀ ଗ୍ରୁପସ । ଅଦାନୀ ଗ୍ରୁପସ ଏହି ସମୟରେ ୨୬୧ ପ୍ରତିଶତର ଅଭିବୃଦ୍ଧି ହାସଲ କରିଛି । ଅଦାନୀଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୫ ଲକ୍ଷ ୫ହଜାର ୯ ଶହ କୋଟି ଟଙ୍କା ରହିଛି । ଅଦାନୀଙ୍କ ସମ୍ପତ୍ତି ଦୈନିକ ୧୦୦୨ କୋଟି ଟଙ୍କା ବଢିଛି । ୨୩୬୦୦୦ କୋଟି ସହିତ ଶିବ ନାଦାର ତୃତୀୟ ସ୍ଥାନରେ ରହିଥିବା ବେଳେ ଦୁଇଟି ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ଏସ ପି ହିନ୍ଦୁଜା ।

Get real time updates directly on you device, subscribe now.