fbpx

ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପରଲୋକ

Advertisement

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟୀ ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀଙ୍କ ବିୟୋଗ ହୋଇଛି । କୁହାଯାଉଛି ସାଧନା ଗୁପ୍ତା ଅନେକ ଦିନରୁ ଚିକିତ୍ସାଧୀନ ଥିଲେ । ନିକଟରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାଧନାଙ୍କୁ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ସାଧନା ଗୁପ୍ତା ସପା ନେତା ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀ ଏବଂ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ସାବତ ମା’ । ସାଧନାଙ୍କ ନିଜ ପୁଅଙ୍କ ନାମ ପ୍ରତୀକ ଯାଦବ ଏବଂ ବୋହୂ ଅପର୍ଣ୍ଣା ଯାଦବ । ଅପର୍ଣ୍ଣା ସମାଜବାଦୀ ପାର୍ଟୀର ଜଣେ ଟାଣୁଆ ନେତା ଭାବରେ ମଧ୍ୟ ପରିଚିତ ।

ସାଧନା ଗୁପ୍ତା ରାଜନୀତି ବେଶ୍ ଦୂରରେ ରହିଥିଲେ । ପ୍ରଥମ ପତ୍ନୀ ମାଲତୀ ଯାଦବଙ୍କ ମୃତ୍ୟୁ ପରେ ମୁଲାୟମ ସିଂହ ସାଧନା ଗୁପ୍ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

Get real time updates directly on you device, subscribe now.