fbpx

ବର୍ଷାରେ ଡହଳବିକଳ ହେଉଛି ମୁମ୍ବାଇ, ରେଡ ଆଲର୍ଟ ଜାରି…

ମୁମ୍ବାଇ: ମୁମ୍ବାଇ ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଫଳରେ ଭାରତୀୟ ପାଣିପାଗ ବିଭାଗ ସୋମବାର ଲଗାତାର ବର୍ଷା କାରଣରୁ ମୁମ୍ବାଇରେ ଆଜି ହାଇ ଆଲର୍ଟ ଜାରି କରିଛି । ରାଜ୍ୟସରକାର ମୁମ୍ବାଇ, ରତ୍ନଗିରି ତଥା ସିନ୍ଧୁଦୁର୍ଗସ୍ଥିତ ସମସ୍ତ ବିଦ୍ୟାଳୟକୁ ପ୍ରବଳ ବର୍ଷା କାରଣରୁ ଛୁଟି ଘୋଷଣା କରିଛନ୍ତି । ମହାରାଷ୍ଟ୍ରର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦୀପକ କେସରକର ରାଜ୍ୟ ବିଧାନ ପରିଷଦରେ ଏହା ଘୋଷଣା କରିଛନ୍ତି ।

ଲାଗିରହିଥିବା ପ୍ରବଳ ବର୍ଷା ମୁମ୍ବାଇର ସାଧାରଣ ଜୀବନଯାପନକୁ ଅସ୍ତବ୍ୟସ୍ତ କରି ଦେଇଛି । ମହତ୍ତ୍ୱପୂର୍ଣ୍ଣ ରାସ୍ତା ଓ ନିମ୍ନସ୍ଥାନରେ ବର୍ଷା କାରଣରୁ ଜଳାର୍ଣ୍ଣବ ହୋଇ ଉଠିଛି । ଫଳରେ ଯାତାୟାତ ମଧ୍ୟ ଠବ ହୋଇଯାଇଛି । ଅନେକ ରେଳଧାରଣା ଜଳମଗ୍ନ ହୋଇପଡିଛି ଓ ଟ୍ରେନ ସେବା ବ୍ୟାହତ ହୋଇଛି । ବିଭିନ୍ନ ବିମାନ ବନ୍ଦରରେ ୫୦ ବିମାନକୁ ରଦ୍ଦ କରାଯାଇଛି । ସକାଳସୁଦ୍ଧା ମୁମ୍ବାଇରେ ପ୍ରାୟ ୧୪୧.୯୭ ମିଲିମିଟର ବର୍ଷା ହୋଇଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

Get real time updates directly on you device, subscribe now.