fbpx

ବେଜିଂକୁ ପଛରେ ପକାଇ ଏସିଆର ସବୁଠୁ ଧନୀ ସହର ହେଲା ମୁମ୍ବାଇ, ଦେଖନ୍ତୁ ଭାରତର ଟପ ୧୦ ସହରର ତାଲିକା

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଧନୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ହୁରୁନ ଇଣ୍ଡିଆ ଧନୀ ଲିଷ୍ଟ ୨୦୨୪ର ରିପୋର୍ଟ ମୁତାବକ ୨୦୨୪ ବର୍ଷରେ ଭାରତୀୟ କୋଟିପତିଙ୍କ ତାଲିକାରେ ୯୪ ନୂଆ କୋଟିପତି ସାମିଲ ହୋଇଛନ୍ତି। ରିପୋର୍ଟ ମୁତାବକ ଭାରତର କୋଟିପତିମାନେ ପାଖାପାଖି ୧ ଟ୍ରିଲିୟନ ଡଲାରର ସମୁଦାୟ ସଂପତ୍ତି ଅର୍ଜିତ କରିଛନ୍ତି, ଯାହା ସମୁଦାୟ ବିଶ୍ୱ ସଂପତ୍ତିର ୭ ପ୍ରତିଶତ ଅଟେ। ରିଚେଷ୍ଟ ସିଟିଜର ତାପର୍ଯ୍ୟ ସେହି ସହର ସହ ଅଛି, ଯେଉଁଠାରେ ସବୁଠାରୁ ଅଧିକ ସଂପତ୍ତି ରହିଛି।

ଏହି ନୂଆ ପରିବର୍ତ୍ତନ ମଧ୍ୟରେ ଭାରତର ଅର୍ଥନୈତିକ ରାଜଧାନୀ କୁହାଯାଉତିବା ମୁମ୍ବାଇ ଚୀନର ରାଜଧାନୀ ବେଜିଂକୁ ପଛରେ ପକାଇଛି। ବେଜିଂକୁ ପଛରେ ପକାଇ ବର୍ତ୍ତମାନ ଏସିଆର ବିଲିୟନେୟାର କ୍ୟାପିଟାଲ ହୋଇଛି। ହୁରୁନର ରିପୋର୍ଟ ଅନୁଯାୟୀ, ମୁମ୍ବାଇ ବର୍ତ୍ତମାନ ଦୁନିଆର ତୃତୀୟ ସବୁଠାରୁ ଦନୀ ରାଜଧାନୀ ହୋଇସାରିଛି। ଅର୍ଥାତ ଭାରତର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ମୁମ୍ବାଇରେ ରହୁଛନ୍ତି।

ଚଳିତ ବର୍ଷ ମୁମ୍ବାଇରେ ରହୁଥିବା ଦନୀଙ୍କ ଲିଷ୍ଟରେ ୫୯ ନୁଆ ନାମ ସାମିଲ ହୋଇଛି। ଯାହାପରେ ମୁମ୍ବାଇରେ ରହୁଥିବା ସମୁଦାୟ ଧନିଙ୍କ ସଂଖ୍ୟା ୩୮୬ ହୋଇଯାଇଛି। ଦେଶର ରାଜଧାନୀ ଦିଲ୍ଲୀ ଚଳିତ ବର୍ଷ ୧୮ ନୂଆ ଧନୀଙ୍କୁ ସାମିଲ କରିଛନ୍ତି, ଯାହାପରେ ଦିଲ୍ଲୀରେ ରହୁଥିବା ଧନୀଙ୍କ ସଂଖ୍ୟା ୨୧୭ ହୋଇଯାଇଛି। ଏହି ତାଲିକାରେ ତୃତୀୟ ସ୍ଥାନରେ ୧୦୪ ଧନୀଙ୍କ ସହ ହାଇଦ୍ରାବାଦ ରହିଛି, ଯେଉଁଥିରେ ୧୭ଜଣ ନୂଆ ଧନୀ ସାମିଲ ହୋଇଛନ୍ତି।

ସେହିପରି ଚତୁର୍ଥ ସ୍ଥାନରେ ବେଙ୍ଗାଲୁରୁ, ପଞ୍ଚମ ସ୍ଥାନରେ ଚେନ୍ନାଇ, ଷଷ୍ଠରେ କୋଲକାତା, ୭ମରେ ଅହମଦାବାଦ, ୮ମ ସ୍ଥାନରେ ପୁନେ, ୯ମ ସ୍ଥାନରେ ସୁରଟ ଏବଂ ୧୦ମ ସ୍ଥାନରେ ଗୁରୁଗ୍ରାମ ସାମିଲ ରହିଛି।

Get real time updates directly on you device, subscribe now.