କଳି ଯୁଗର ସ୍ମାର୍ଟ ଚୋର.. ଘରେ ଚୋରି କରିବା ପାଇଁ ପସିଲା, କିଛି ନମିଳିବାରୁ ମହିଳାଙ୍କୁ Kiss କରି ଚାଲିଗଲା
ମୁମ୍ବାଇର ମାଲାଦ ଅଞ୍ଚଳରେ ଏକ ଚୋର ଚୋରି କରିବା ପାଇଁ ପସିଥିଲା । କିଛି ନମିଳିବା କାରଣରୁ ମହିଳାଙ୍କୁ କିସ୍ କରି ଚାଲିଗଲା ।
ନୂଆଦିଲ୍ଲୀ: ଚୋରି କରିବାକୁ ଘରେ ପସିଲା ଚୋର । କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳେଇଲା । ମୁମ୍ବାଇର ମାଲାଦ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।
ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ କୁରାର ପୋଲିସ ଚୋରକୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରି ନାହିଁ ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଜାନୁଆରୀ ୩ ତାରିଖରେ ସେ ଏକାକୀ ଘରେ ରହୁଥିଲେ । ଏହାର ସୁଯୋଗ ନେଇ ଚୋର ଘର ଭିତରକୁ ପ୍ରବେଶ କରିଥିଲା । ଏହାପରେ ମହିଳାଙ୍କ ମୁହଁ ବନ୍ଦ କରି ଘରେ ସବୁ ଖୋଜିଥିଲା । ଟଙ୍କା, ମୋବାଇଲ, ଏଟିଏମ୍ କାର୍ଡ ଆଦି ଦେବାକୁ କହିଥିଲା। ହେଲେ ମହିଳାଜଣକ ଗରିବ ଏବଂ ଘରେ କିଛି ନାହିଁ ବୋଲି କହିଥିଲେ ।
ଏହାପରେ ଚୋରଟି ଉପାୟଶୂନ୍ୟ ହୋଇ କ୍ରୋଧିତ ହେବାକୁ ଲାଗିଲା । ଏହାପରେ ମହିଳାଙ୍କୁ ଚୁମ୍ବନ ଦେଇ ସେଠାରୁ ଦୌଡି ପଳାଇ ଯାଇଥିଲା । କୁରାର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ କଳିଯୁଗର ସ୍ମାର୍ଟ ଚୋର ବୋଲି କହୁଛନ୍ତି ।