fbpx

ଲମ୍ବା ଇତିହାସ: ହତ୍ୟା ପାଇଁ ଆପଣଉଛନ୍ତି ସମାନ ତରିକା, ପ୍ରଥମେ କାଟୁଛନ୍ତି, ତାପରେ ରଖୁଛନ୍ତି ଫ୍ରିଜରେ

ନୂଆଦିଲ୍ଲୀ: ନିକଟରେ ବେଙ୍ଗାଲୁରର ମହାଲକ୍ଷ୍ମୀ ନାମକ ମହିଳାଙ୍କ ମୃତଦେହର ୪୦ ଖଣ୍ଡ ଫ୍ରିଜରୁ ମିଳିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ତେବେ ହତ୍ୟା ପରି ଜଘନ୍ୟକାଣ୍ଡ ଭିଆଇବା ପରେ ମୃତଦେହକୁ ଏମିତି ବିଭତ୍ସଭାବେ କାଟି ଟୁକୁଡା ଟୁକୁଡା କରିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏମିତି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ସବୁ ହତ୍ୟା ପରେ ଖଣ୍ଡବିଖଣ୍ଡିତ ଶରୀରକୁ ରଖାଯାଉଥିଲା ଫ୍ରିଜରେ ।

ମହାଲକ୍ଷ୍ମୀଙ୍କ ଆଗରୁ ମାର୍ଚ୍ଚ ୨୦୨୪ରେ ଜବଲପୁରର ମିଲେନିୟମ କଲୋନୀରେ ରହୁଥିବା ଜଣେ ରେଳବାଇ କର୍ମଚାରୀ ଓ ତାଙ୍କ ପୁଅକୁ ହତ୍ୟାକରାଯାଇଥିଲା । ଉଭୟଙ୍କ ମୃତଦେହକୁ ଫ୍ରିଜରେ ଭର୍ତ୍ତି କରାଯାଇଥିଲା । ପୋଲିସ ତଦନ୍ତରୁ ଜଣାପଡିଥିଲା କି ଅଧିକାରୀଙ୍କ ନାବାଳିକା ଝିଅ ନିଜ ପ୍ରେମିକ ସହ ମିଶି ଉଭୟ ବାପା ଓ ପୁଅଙ୍କୁ ମାରିଦେଇଥିଲେ ।

ସେହିପରି ବହୁଚର୍ଚ୍ଚିତ ହତ୍ୟା ସହ ଫ୍ରିଜ ଲିଙ୍କ ଘଟଣା ଘଟିଥିଲା ମୁମ୍ବାଇରେ । ମୁମ୍ବାଇର ଶ୍ରଦ୍ଧା ଓା୍ୱଲକରଙ୍କୁ ତାଙ୍କ ଲିଭ ଇନ ରିଲେସନର ପାର୍ଟନର ହତ୍ୟା କରିବା ପରେ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ଧୀରେ ଧୀରେ ଶ୍ରଦ୍ଧାଙ୍କ ଶରୀରର ଅଙ୍ଗକୁ ମଧ୍ୟବିତ ରାତ୍ରୀରୁ ଭୋର ସମୟ ମଧ୍ୟରେ ନିକଟବର୍ତ୍ତୀ ଜଙ୍ଗଲରେ ସବୁ ଫିଙ୍ଗୁଥିଲା ସେହି ପାର୍ଟନର । ତେବ ଘଟଣାର ବହୁ ଦିନ ପରେ ଶ୍ରଦ୍ଧାଙ୍କ ବାପାଙ୍କ ପକ୍ଷରୁ ଏକ ମିସିଂ ରିପୋର୍ଟ ଫାଇଲ ହେବାରୁ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ସେତେବେଳେ ସାରା ଦେଶରେ ସୃଷ୍ଟି କରିଥିଲା ଆନ୍ଦୋଳନ ।

ତେବେ ହତ୍ୟା ପରେ ମୃତଦେହ ଫ୍ରିଜରେ ରଖିବା ଘଟଣାରେ ହୁଏତ ଭୁବନେଶ୍ୱର ପ୍ରଥମ ଘଟଣା ହୋଇପାରେ । ଆଇଆରସି ଭିଲେଜରେ ରହୁଥିବା ଜଣେ ଅବସରପ୍ରାପ୍ତ ଆର୍ମୀ ଅଧିକାରୀ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ କାଟି ଫ୍ରିଜରରେ ରଖିଥିଲେ ।

ସେହିପରି ମୁମ୍ବାଇରେ ଆଉ ଏକ ଲିଭ ଇନ ପାର୍ଟନର ଘଟଣା ଘଟିଥିଲା । ମୁମ୍ବାଇର ମୀରା ରୋଡରେ ମନୋଜ ସାନେ ନାମକ ୫୬ ବର୍ଷୀୟ ବ୍ୟକ୍ତି ନିଜ ଲିଭଇନ ପାର୍ଟନର ସରସ୍ୱତୀଙ୍କୁ ହତ୍ୟା କରି ଖଣ୍ଡଖଣ୍ଡ କାଟିଦେଇଥିଲା । ତେବେ ମନୋଜ ଫ୍ରିଜରେ ମୃତଦେହ ରଖିବା ବଦଳରେ ଘଟାଇଥିଲେ ଆହୁରି ନାରକୀୟକାଣ୍ଡ । ସେହି ମାଂସକୁ ସବୁକୁ ପ୍ରେସର ଦେଇ ଗ୍ରାଇଣ୍ଡ କରିଥିଲା । ପରେ ସେସବୁକୁ ପ୍ଲାଷ୍ଟିକ ବ୍ୟାଗରେ ଭରି ବାହାରେ ଫୋପାଡି ଦେଉଥିଲା ।

Get real time updates directly on you device, subscribe now.