fbpx

(Video) ମୋ ମିତ୍ର ନବୀନ ବାବୁ… ପୁଣି ଚର୍ଚ୍ଚାରେ ମୋଦୀ-ନବୀନଙ୍କ Friendship

ସମ୍ବଲପୁର: ଆଜି ଓଡ଼ିଶାର ବିକାଶ ପାଇଁ ଏକ ବଡ଼ ଦିନ । ତେଣୁ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମ୍ବଲପୁର ଗସ୍ତ କରି ଓଡ଼ିଶାକୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ଏହି ମଞ୍ଚରେ ପୁଣିଥରେ ସାରା ଭାରତ ମୋଦୀ-ନବୀନଙ୍କ ବନ୍ଧୁତାର ଝଲକ ମଧ୍ୟ ପାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାବ୍ୟତୀତ ସମ୍ବଲପୁରର ଅଭିଭାଷଣରେ ମୋଦୀଙ୍କର ଅନେକ କଥା ଓଡ଼ିଶାବାସୀଙ୍କ ମନ କିଣି ନେଇଛି ।

ସମ୍ବଲପୁରର ଭରା ମଞ୍ଚରେ ଓଡ଼ିଶାର ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ଓଡ଼ିଶାକୁ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଉପହାର ଦିଆଯାଇଛି । ତେବେ ଏହି ମଞ୍ଚରେ ସାରା ଓଡ଼ିଶାକୁ ସମ୍ବୋଧନ କରିବା ବେଳେ ମୋଦୀଙ୍କ କଥା ସମସ୍ତଙ୍କ ହୃଦୟ ଜିତି ପାରିଛି । ଏହି ଅଭିଭାଷଣ ସମୟରେ ମୋଦୀ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳକୁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଏହାଭିତରେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ‘ମୋ ମିତ୍ର’ ବୋଲି ସମ୍ବୋଧନ କରିଛନ୍ତି । ମୋଦୀଙ୍କ ଏହି କଥାରେ ସମ୍ବଲପୁର ରେମେଡ ଗ୍ରାଉଣ୍ଡ ପ୍ରକମ୍ପିତ ହୋଇ ଉଠିଛି ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସମ୍ବଲପୁରରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ସେ କହିଛନ୍ତି ଯେ, ଆମେ ସମସ୍ତେ ମିଶି ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବା । ଯେବେ ଭାରତର ସମସ୍ତ ରାଜ୍ୟ ବିକଶିତ ହେବ, ତେବେ ଭାରତ ମଧ୍ୟ ବିକଶିତ ହୋଇପାରିବ । ସମ୍ବଲପୁର ଆଇଆଇଏମରେ ୪୦୦ କୋଟି ଟଙ୍କାର ସ୍ଥାୟୀ ପରିସରର ଉଦଘାଟନ କରିବା ସହ ଶକ୍ତି, ସଡ଼କ ଓ ରେଲୱେ ଭଳି ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ଆଇଆଇଏମ ପରିସରର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପୁରୀ-ସୋନେପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ସେ ସବୁଜ ସଂକେତ ଦେଇଛନ୍ତି । ଏହାବ୍ୟତୀତ ମୋଦୀ ଝାରସୁଗୁଡ଼ା ପ୍ରଧାନ ଡାକଘର ହେରିଟେଜ ବିଲଡିଂକୁ ମଧ୍ୟ ରାଷ୍ଟ୍ରକୁ ସମର୍ପଣ କରିଛନ୍ତି ।

ସେହିପରି ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଦାମରା ପାଇପଲାଇନ ପ୍ରକଳ୍ପର ୪୧୨ କି.ମି ଲମ୍ବା ଧାମରା-ଅଙ୍ଗୁଳ ପାଇପଲାଇନ ଖଣ୍ଡକୁ ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ‘ପ୍ରଧାନ ମନ୍ତ୍ର ଉର୍ଜା ଗଙ୍ଗା’ ଅଧୀନରେ ପ୍ରାୟ ୨,୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡିଶାକୁ ଜାତୀୟ ଗ୍ୟାସ ଗ୍ରୀଡ ସହିତ ସଂଯୋଗ କରିବ।

Get real time updates directly on you device, subscribe now.